ETV Bharat / international

କୋରୋନା ନିୟନ୍ତ୍ରଣ ପାଇଁ ବାଂଲାଦେଶରେ କଡାକଡି ହେଲା ଭିଜିଲାନ୍ସ - ବାଂଲାଦେଶରେ ନୂଆ ରେଡ ଜୋନ

ସରକାରୀ ନିର୍ଦ୍ଦେଶ ମୁତାବକ ଦେଶରେ ରୋହିଙ୍ଗ୍ୟା ଶରଣାର୍ଥୀ କ୍ୟାମ୍ପ ନିକଟସ୍ଥ ସ୍ଥାନମନାଙ୍କରେ ସଂକ୍ରମଣ ଭୟ ବଢି ଚାଲିଥିବାରୁ 45ଟି ଅଞ୍ଚଳକୁ ସପ୍ତାହେ ମଧ୍ୟରେ ରେଡ ଜୋନ ଘୋଷଣା କରାଯାଇଛି । ଏହି ଅଞ୍ଚଳଗୁଡିକରେ ସଂକ୍ରମଣ ରୋକିବା ପାଇଁ ଟେଷ୍ଟିଂ ଓ ଟ୍ରେସିଂ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି ।

corona situation in bangladesh, corona update in bangladesh, new red zone in bangladesh, army patrolling in bangladesh's red zone, ବାଂଲାଦେଶରେ କୋରୋନା ସ୍ଥିତି, ବାଂଲାଦେଶରେ କୋରୋନା ଅପଡେଟ, ବାଂଲାଦେଶରେ ନୂଆ ରେଡ ଜୋନ, ବାଂଲାଦେଶ ରେଡ ଜୋନରେ ସେନା ପେଟ୍ରୋଲିଂ
କୋରୋନା ନିୟନ୍ତ୍ରଣ ପାଇଁ ବାଂଲାଦେଶରେ କଡାକଡି ହେଲା ଭିଜିଲାନ୍ସ
author img

By

Published : Jun 17, 2020, 7:22 AM IST

ଢାକା: ବାଂଲାଦେଶରେ ଧିରେ ଧିରେ ଗମ୍ଭୀର ହେବାରେ ଲାଗିଛି କୋରୋନା ସ୍ଥିତି । ମେ’ ମାସ ଶେଷ ସୁଦ୍ଧା ଦେଶରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ବେଳେ କୋହଳ ହୋଇଥିଲା ଅନେକ କଟକଣା । ହେଲେ ଏହାର 2-3 ଦିନ ମଧ୍ୟରେ ପୁଣି ମୁଣ୍ଟ ଟେକିଥିଲା ସଂକ୍ରମଣ ଭଯ । ଦେଶରେ ବର୍ତ୍ତମାନ 45 ନୂଆ ରେଡ ଜୋନ ଚିହ୍ନଟ ହୋଇଥିବା ବେଳେ ହାତରୁ ଖସିବାରେ ଲାଗିଛି ପରିସ୍ଥିତି । ଏମିତିରେ ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ସଂକ୍ରମଣ ରୋକିବା ପାଇଁ ରେଡ ଜୋନରେ ସୁରକ୍ଷା କଡାକଡି କରିବା ପାଇଁ ସେନା ଟ୍ରୁର ନିୟୋଜିତ କରାଯାଇଛି ।

ସରକାରୀ ନିର୍ଦ୍ଦେଶ ମୁତାବକ ଦେଶରେ ରୋହିଙ୍ଗ୍ୟା ଶରଣାର୍ଥୀ କ୍ୟାମ୍ପ ନିକଟସ୍ଥ ସ୍ଥାନମନାଙ୍କରେ ସଂକ୍ରମଣ ଭୟ ବଢି ଚାଲିଥିବାରୁ 45ଟି ଅଞ୍ଚଳକୁ ସପ୍ତାହେ ମଧ୍ୟରେ ରେଡ ଜୋନ ଘୋଷଣା କରାଯାଇଛି । ଏହି ଅଞ୍ଚଳଗୁଡିକରେ ସଂକ୍ରମଣ ରୋକିବା ପାଇଁ ଟେଷ୍ଟିଂ ଓ ଟ୍ରେସିଂ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି । ବର୍ତ୍ତମାନ ସେନା ଅଧିକାରୀମାନେ ପୂର୍ବ ରାଜାବଜାରରେ ପେଟ୍ରୋଲିଂ ଜୋରଦାର ରଖିଥିବା ଜଣା ପଡିଛି ।

ଅନ୍ୟପଟେ ଅନ୍ତଃସେବା ଜନସମ୍ପର୍କ ନିର୍ଦ୍ଦେଶାଳୟର ସୂଚନା ମୁତାବକ ଦେଶରେ ଚିହ୍ନଟ ରେଡ ଜୋନ ଗୁଡିକରେ ସେନା ଟ୍ରୁପ ଦ୍ବାରା ଯାଞ୍ଚ ଓ ପେଟ୍ରୋଲିଂ ପ୍ରକ୍ରିୟା ଜୋରଦାର କରାଯାଇଛି । ଆଗକୁ ଏହା ଅଧିକ କଡାକଡି କରାଯିବ । ତେବେ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଦେଶରେ ପର୍ଯ୍ୟାୟକ୍ରମେ ଲକଡାଉନ ଲାଗୁ କରାଯାଇଛି । ଅନ୍ୟ ସ୍ଥାନମାନଙ୍କରେ ଆବଶ୍ୟକତାର ସାମଗ୍ରୀ ମହଜୁଦ କରାଇବା ସହ ବିଭାଗୀୟ ଅଧିକାରୀ ପ୍ରସ୍ତୁତି ଶେଷ କଲେ ସେଠାରେ ମଧ୍ୟ ଲକଡାଉନ ଲାଗୁ କରାଯିବ ।

ବର୍ତ୍ତମାନ ବାଂଲାଦେଶରେ କୋରୋନା ଆକ୍ରାନ୍ତ ସଂଖ୍ୟା 90,619ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା 1209ରେ ପହଞ୍ଚିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.