ୱାଶିଂଟନ: ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଦେଶର ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା କରିଛନ୍ତି । ସମସ୍ତେ ଉଚିତ ଓ ସଠିକ କାମ କରିଛନ୍ତି । ଏହାସହ ସରକାର ସଠିକ ସମୟରେ ଉପଯୁକ୍ତ ନିଷ୍ପତ୍ତି ନେଇଥିବା ଯୋଗୁଁ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ସେ କହିଛନ୍ତି ।
ଟ୍ରମ୍ପ କହିଛନ୍ତି ଯେ ଯଦି କିଛି ଅଲଗା ଉପାୟରେ ସରକାର କୋରୋନା ମୁକାବିଲା କରିଥାନ୍ତେ ତେବେ ହୁଏତ ଏବେ ସୁଦ୍ଧା ଆହୁରି ଅଧିକ ଆକ୍ରାନ୍ତ ହୋଇଥାନ୍ତେ । ଆମେ ଅଧିକ ଲୋକଙ୍କୁ ହରାଇଥାନ୍ତୁ । ହୁଏତ ମୃତକଙ୍କ ସଂଖ୍ୟା 2 ଲକ୍ଷ ପାର କରିଥାନ୍ତା । ହେଲେ ସଠିକ ଭାବେ ଉପଯୁକ୍ତ ନିଷ୍ପତ୍ତି ନେଇ ଆମେ କାମ କରିଛୁ । ସେଥିପାଇଁ ଏବେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ସେ କହିଛନ୍ତି ।
ଟ୍ରମ୍ପ କହିଛନ୍ତି ଯେ ଏବେ ସମୟ ଆସିଛି କାମକୁ ଫେରିଯିବା । ପୁଣିଥରେ ସବୁକିଛି ଧିରେ ଧିରେ ଆରମ୍ଭ କରିବା । ଟ୍ରମ୍ପଙ୍କ ଏପରି ମନ୍ତବ୍ୟ ଦେଶରେ ଲକଡାଉନ ଅବଧି ସମାପ୍ତ କରିବାକୁ ପରୋକ୍ଷରେ ଇଙ୍ଗିତ କରୁଛି । ପ୍ରକାଶ ଥାଉ କି ଏବେ ସୁଦ୍ଧା ଆମେରିକାରେ ମୋଟ 12 ଲକ୍ଷରୁ ଅଧିକ ଆକ୍ରାନ୍ତ ଥିବାବେଳେ 70 ହଜାର ଛୁଇଁଛି ମୃତ୍ୟୁ ସଂଖ୍ୟା । ଏହାସହ 1 ଲକ୍ଷ 60 ହଜାର ସୁସ୍ଥ ହୋଇଛନ୍ତି ।
ସୌଜନ୍ୟ@ANI