ETV Bharat / international

ଲକ୍ଷଣ ନଥିବା ସଂକ୍ରମିତ ମଧ୍ୟ ଅନ୍ୟକୁ କରିପାରିବେ ସଂକ୍ରମିତ: WHO - corona virus

କୋରୋନାକୁ ନେଇ ମତ ରଖିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କହିଲା କୋରୋନା ଲକ୍ଷଣ ନଥିଲେ ମଧ୍ୟ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କୁ କରିପାରିବ ସଂକ୍ରମିତ । ଅଧିକ ପଢନ୍ତୁ...

ଲକ୍ଷଣ ନଥିବା ସଂକ୍ରମିତ ମଧ୍ୟ ଅନ୍ୟକୁ କରିପାରିବେ ସଂକ୍ରମିତ: WHO

author img

By

Published : Jun 9, 2020, 8:59 PM IST

ଓ୍ବାଶିଂଟନ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ତାର ଏକ ବିବୃତ୍ତିରେ କହିଛିଯେ, ବିନା ଲକ୍ଷଣ ଥିବା ସଂକ୍ରମିତ ମଧ୍ୟ ଅନ୍ୟଙ୍କୁ ସଂକ୍ରମିତ କରିପାରିବେ । ସେ ଆହୁରି କହିଛି ଯେ, ଲକ୍ଷଣ ନଥିବା ସଂକ୍ରମିତଙ୍କ ଠାରୁ କୋରୋନା ମହାମାରୀ ବ୍ୟାପିବାର ଆଶଙ୍କା ବହୁତ କମ ରହିଛି । ଏହିପରି ସଂକ୍ରମଣକୁ ପ୍ରି-ସିମ୍ପଟୋମେଟିକ ବା ପୂର୍ବ-ଲକ୍ଷଣ କୁହାଯାଏ ।

ସାଧାରଣତଃ ଭାଇରସ ସଂକ୍ରମଣର ଲକ୍ଷଣ 5 ରୁ 6 ଦିନ ପରେ ଦେଖାଯିବା ଆରମ୍ଭ କରିଥାଏ । କିନ୍ତୁ ଏହା ମଧ୍ୟ 14 ଦିନ ନେଇପାରେ । ଏହା ବ୍ୟତୀତ, ତଥ୍ୟ ଏହା ମଧ୍ୟ ସୂଚିତ କରେ ଯେ, ପିସିଆର ଟେଷ୍ଟ ମାଧ୍ୟମରେ ଲକ୍ଷଣ ଦେଖାଯିବାର ଦୁଇ ତିନି ଦିନ ପୂର୍ବରୁ ଚିହ୍ନଟ କରାଯାଇପାରିବ। ପ୍ରି-ସିମ୍ପଟୋମେଟିକ ସଂକ୍ରମଣ ସେତବେଳେ ହୁଏ ଯେତେବେଳେ ଜଣେ ବ୍ୟକ୍ତି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଷରେ ଆସି ସଂକ୍ରମିତ ହୋଇଥାଏ, ଯେଉଁଥିରେ ଲକ୍ଷଣ ଦେଖାଯାଇ ନଥାଏ । ଅନେକ ଲୋକ ସଂକ୍ରମିତ ହୋଇଥିଲେ ମଧ୍ୟ ଭାଇରସର ଲକ୍ଷଣ କେବେ ଦେଖାଯାଏ ନାହିଁ, କିନ୍ତୁ ଏହିପରି ଲୋକମାନେ ଅନ୍ୟମାନଙ୍କୁ ମଧ୍ୟ ସଂକ୍ରମିତ କରିପାରନ୍ତି ।

ଉଲ୍ଲେଖନୀୟ ଯେ, କୋରୋନା ମହାମାରୀ ସଂପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଭୂମିକା ଉପରେ ପ୍ରଶ୍ନ ଉଠିଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସିଧାସଳଖ ଟାର୍ଗେଟ କରିଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଡବ୍ଲୁଏଚଓ ଚୀନର ପ୍ରଭାବରେ କାମ କରୁଛି । ଆମେରିକା ମଧ୍ୟ ଡବ୍ଲୁଏଚଓକୁ ଦେଉଥିବା ବୃହତ ଅର୍ଥ ପ୍ରଦାନ ଉପରେ ପ୍ରତିବନ୍ଧକ ଲଗାଇଛି । ତେବେ ଆମେରିକା ଏପରି କରିବାର କିଛି ଦିନ ପରେ ଚୀନ ଡବ୍ଲୁଏଚଓକୁ ବିପୁଳ ଅର୍ଥ ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲା। ଚୀନର ଏହି ପଦକ୍ଷେପ ଆମେରିକାର ଅଭିଯୋଗକୁ ଆହୁରି ସୁଦୃଢ କରିଛି ।

କେବଳ ଏତିକି ନୁହେଁ, ମାସ୍କର ବ୍ୟବହାର ବିଷୟରେ ଡବ୍ଲୁଏଚଓ ନିର୍ଦ୍ଦେଶାବଳୀ ଉପରେ ମଧ୍ୟ ପ୍ରଶ୍ନ କରାଯାଇଛି। ଜାନୁଆରୀରେ ଚାଇନାରେ କୋରୋନା ଆରମ୍ଭ ହେବା ପରଠାରୁ ଡବ୍ଲୁଏଚଓ ମାସ୍କ ବ୍ୟବହାର କରିବାକୁ ଜୋର ଦେଇନଥିଲା। ବର୍ତ୍ତମାନ ସଂଗଠନ ମାସ୍କ ସମ୍ବନ୍ଧରେ ନୂତନ ନିର୍ଦ୍ଦେଶାବଳୀ ପ୍ରକାଶ କରିଛି । କିନ୍ତୁ ଏଥିରେ ମଧ୍ୟ ସଂଗଠନ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ, କୋରୋନା ରୁ ରକ୍ଷା ପାଇବାରୁ ହେଲେ କେବଳ ମାସ୍କ ଉପରେ ନିର୍ଭର କରାଯାଇପାରିବ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.