ନ୍ୟୁୟର୍କ: ପ୍ରଥମଥର ନ୍ୟୁୟର୍କ ଜେଲରେ ଫୋନ କଲ ଫ୍ରି କରାଯାଇଛି । ଏଭଳି କରିବାରେ ନିୟୁର୍କ ଆମେରିକା ପ୍ରଥମ ସହର ହୋଇଥିବା ନେଇ ମେୟର ବିଲ ବ୍ଲାସିଓ ବୁଧବାର ସୂଚନା ଦେଇଛନ୍ତି ।
ମେୟର ବିଲ ବ୍ଲାସିଓଙ୍କ କହିବା ଅନୁଯାୟୀ, ଯେଉଁ ଦୋଷୀମାନେ ବହୁ ବର୍ଷ ଧରି ଜେଲ ଦଣ୍ଡ ଭୋଗୁଛନ୍ତି ସେମାନଙ୍କ ପାଇଁ ଏହି ଫ୍ରି କଲ୍ ସୁବିଧା ବହୁ ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ ଏହି ସୁବିଧା ଦ୍ବାରା ସେମାନେ ନିଜ ଓକିଲ ଏବଂ ନିଜ ପରିବାର ସହ ସମ୍ବନ୍ଧ ରଖିପାରିବେ । ତେବେ ଏହି ନିୟମ ଲାଗୁ କରିବା ପାଇଁ ନଗର ପରିଷଦ ପୂର୍ବ ବର୍ଷ ନିବେଦନ କରିଥିଲେ । କିନ୍ତୁ ଏହା ବୁଧବାର ଲାଗୁ ହୋଇଛି ।
ତେବେ ପୂର୍ବରୁ ଏଠାରେ କଏଦୀମାନଙ୍କୁ ପ୍ରଥମ ଫୋନ କଲ୍ ପାଇଁ(50 ସେଣ୍ଟ) 33.59 ଟଙ୍କା ନିଆଯାଉଥିଲା । ଏହାଛଡା ବନ୍ଦୀ ଥିବା କଏଦୀମାନଙ୍କୁ ଏକ ସପ୍ତାହରେ ମାତ୍ର ତିନୋଟି କଲ କରିବାର ସୁବିଧା ଦିଆଯାଉଥିଲା । ତେବେ ନୂଆ ନିୟମ ଅନୁଯାୟୀ କଏଦୀମାନଙ୍କୁ ପ୍ରତି ତିନି ଘଣ୍ଟାରେ 21 ମିନିଟ୍ ଫ୍ରି କଲ କରିବାର ସୁବିଧା ଦିଆଯାଇଛି ।