ETV Bharat / international

ବର୍ତ୍ତମାନ କୋଭିଡ-19 ବିତ୍ପାତର ସବୁଠାରୁ ଖରାପ ସ୍ଥିତିରେ ମେକ୍ସିକୋ - ମେକ୍ସିକୋରେ କୋରୋନା ପରିସ୍ଥିତି

କୋରୋନା ବିତ୍ପାତର ବର୍ତ୍ତମାନ ସବୁଠାରୁ ଖରାପ ସ୍ଥିତି ଦେଇ ଗତି କରୁଛି ମେକ୍ସିକୋ । ବର୍ତ୍ତମାନ ସୁଦ୍ଧା ଦୈନିକ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ହାରରେ ମେକ୍ସିକୋରେ ରେକର୍ଡ ସୃଷ୍ଟି ହୋଇଛି । ଏହି ରେକର୍ଡ ଅନୁଯାୟୀ ମେକ୍ସିକୋରେ ଗୁରୁବାର 2409ରୁ ଅଧିକ ମାମଲା ସାମ୍ନାକୁ ଆସିଛି ।

covid-19 pandemic, corona in mexico, corona update, corona situation in mexico, lockdown in mexico, କୋଭିଡ-19 ବିତ୍ପାତ, ମେକ୍ସିକୋରେ କୋରୋନା, କୋରୋନା ଅପଡେଟ, ମେକ୍ସିକୋରେ କୋରୋନା ପରିସ୍ଥିତି, ମେକ୍ସିକୋରେ ଲକଡାଉନ
ବର୍ତ୍ତମାନ କୋଭିଡ-19 ବିତ୍ପାତର ସବୁଠାରୁ ଖରାପ ସ୍ଥିତିରେ ମେକ୍ସିକୋ
author img

By

Published : May 16, 2020, 12:45 AM IST

ମେକ୍ସିକୋ ସିଟି: କୋରୋନା ବିତ୍ପାତର ବର୍ତ୍ତମାନ ସବୁଠାରୁ ଖରାପ ସ୍ଥିତି ଦେଇ ଗତି କରୁଛି ମେକ୍ସିକୋ । ବର୍ତ୍ତମାନ ସୁଦ୍ଧା ଦୈନିକ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ହାରରେ ମେକ୍ସିକୋରେ ରେକର୍ଡ ସୃଷ୍ଟି ହୋଇଛି । ଏହି ରେକର୍ଡ ଅନୁଯାୟୀ ମେକ୍ସିକୋରେ ଗୁରୁବାର 2409ରୁ ଅଧିକ ମାମଲା ସାମ୍ନାକୁ ଆସିଛି । ମେକ୍ସିକୋରେ ପ୍ରଥମ ଥରି ଏପରି ସଂଖ୍ୟା ସାମ୍ନାକୁ ଆସିଛି । ସେପଟେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା 42,595ରେ ପହଞ୍ଚିଛି ।

ଗୋଟିଏ ପଟେ ଆକ୍ରାନ୍ତ ସଂଖ୍ୟା 40 ହଜାର ପାର କରିସାରିଥିବା ବେଳେ ମୃତ୍ୟୁ ସଂଖ୍ୟା 4477ରେ ପହଞ୍ଚିଛି । ଗୋଟିଏ ପଟେ ଦେଶ ଲକଡାଉନ କୋହଳ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ, ଅନ୍ୟପଟେ ବଢିଚାଲିଥିବା ଆକ୍ରାନ୍ତ ସଂଖ୍ୟା ଦେଶତର ଚିନ୍ତା ବଢାଇଛି । ଗୁରୁବାର ଏନେଇ ସ୍ବାସ୍ଥ୍ୟ ଉପସଚିବ ହ୍ୟୁଗୋ ଲୋପେଜ-ଗ୍ୟାଟେଲ କହିଥିଲେ କି ଦେଶ ପାଇଁ ବର୍ତ୍ତମାନ ଅତି ଖରାପ ସ୍ଥିତି ସୃଷ୍ଟି ହୋଇଛି । ତେଣୁ ଏପରି ସମୟରେ ଦେଶରେ ନିୟମ କୋହଳ କରାଯିବା ଉଚିତ୍‌ ନୁହେଁ ।

ଆଗାମୀ ସୋମବାର ଅର୍ଥାତ ମେ 18ରୁ ଦେଶରେ କିଛି କିଛି ଉଦ୍ୟୋଗ କାର୍ଯ୍ୟକାରୀ ହେବାର ଯୋଜନା ଥିବା ବେଳେ ବର୍ତ୍ତମାନ ଏଥିରେ ପରିବର୍ତ୍ତନ ହୋଇପାରେ ବୋଲି ସଙ୍କେତ ମିଳିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.