ETV Bharat / international

ପୋଲିସ ଆକ୍ରମଣ ପରେ ପ୍ରଥମ ଥର ମୁହଁ ଖୋଲିଲେ ଜ୍ୟାକବ ବ୍ଲେକ

କେନୋସା, ୱିସ୍କୋଲସିନ ପୋଲିସର ବର୍ବର କାଣ୍ଡର ଚର୍ଚ୍ଚା ଏବେ ଜୋର ଧରିଛି । ଅଗଷ୍ଟ 23ର ଏହି ଘଟଣା ଏବେ ବି ଲୋକଙ୍କ ମନରୁ ଲିଭିନି । ନା ଲିଭିଛି ଡାକ୍ତରଖାନା ବେଡରେ ଜ୍ୟାକବଙ୍କ ପ୍ରତିଦିନର ଯନ୍ତ୍ରଣା ବେଦନା । ଏମିତିରେ ରବିବାର ପ୍ରଥମ ଥର ମୁହଁ ଖୋଲି ନିଜ ଶାରିରୀକ ତଯନ୍ତ୍ରଣାର କୋହ ପ୍ରକାଶ କରିଛନ୍ତି ଜ୍ୟାକବ ।

jacob blake, police gun shot on jacob blake, jacob blake's reaction, jacob blake update, ଜ୍ୟାକବ ବ୍ଲେକ, ଜ୍ୟାକବ ବ୍ଲେକଙ୍କୁ ପୋଲିସର ଗୁଳି ମାଡ, ଜ୍ୟାକବ ବ୍ଲେକଙ୍କ ପ୍ରତିକ୍ରିୟା, ଜ୍ୟାକବ ବ୍ଲେକ ଅପଡେଟ
ପୋଲିସ ଆକ୍ରମଣ ପରେ ପ୍ରଥମ ଥର ମୁହଁ ଖୋଲିଲେ ଜ୍ୟାକବ ବ୍ଲେକ
author img

By

Published : Sep 7, 2020, 2:47 PM IST

ମିଲୱୋଉକି: କେନୋସା, ୱିସ୍କୋଲସିନ ପୋଲିସର ବର୍ବର କାଣ୍ଡର ଚର୍ଚ୍ଚା ଏବେ ଜୋର ଧରିଛି । ପୋଲିସ ସମସ୍ତ ବର୍ବରତା ପାର କରି ଜନୈକ ଆଫ୍ରିକାନ-ଆମେରିକୀୟ ଜ୍ୟାକବ ବ୍ଲେକଙ୍କ ଉପରେ ଆଖି ବୁଜା 7 ରାଉଣ୍ଡ ଗୁଳି ମାରିଥିଲେ । ଏଥିରୁ 4ଟି ଗୁଳି ଜ୍ୟାକବଙ୍କ ପିଠିରେ ବାଜିଥିବାବେଳେ ଆକ୍ରମଣ ଦିନଠାରୁ ସେ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି । ଅଗଷ୍ଟ 23ର ଏହି ଘଟଣା ଏବେ ବି ଲୋକଙ୍କ ମନରୁ ଲିଭିନି । ନା ଲିଭିଛି ଡାକ୍ତରଖାନା ବେଡରେ ଜ୍ୟାକବଙ୍କ ପ୍ରତିଦିନର ଯନ୍ତ୍ରଣା ବେଦନା । ଏମିତିରେ ରବିବାର ପ୍ରଥମ ଥର ମୁହଁ ଖୋଲି ନିଜ ଶାରିରୀକ ଯନ୍ତ୍ରଣାର କୋହ ପ୍ରକାଶ କରିଛନ୍ତି ଜ୍ୟାକବ ।

ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କି ପ୍ରତିଦିନ, ପ୍ରତି ମୁହୂର୍ତ୍ତରେ ସେ ମରଣ ସହ ସଂଘର୍ଷ କରୁଛନ୍ତି । ପ୍ରତି ମୁହୂର୍ତ୍ତରେ ମରଣ ଅତି ନିକଟତର ବୋଲି ଅନୁଭବ କରୁଛନ୍ତି । ବେଳେ ବେଳେ ଯନ୍ତ୍ରଣା ଅସହ୍ୟ ହୋଇ ପଡୁଥିବାବେଳେ କେବଳ ପରିବାରର ମୁହଁ ଦେଖି ସେ ସବୁ ପୀଡା ସହି ଯାଉଥିବା କହିଛନ୍ତି । ଆଖି ବନ୍ଦ କଲେ ଏବେ ବି ସେହି କାଳ ରାତିର ଘଟଣା ଆଖି ସାମ୍ନାରେ ନାଚୁଛି । ଏମିତିରେ ଏହି ଦୁଃଖଦ ଘଟଣାରୁ ବାହାରିବାବେଳେ ଅସମ୍ଭବ ମନେ ହେଉଛି ।

ଏବେ ବି ଏହି ଘଟଣା ପଛରେ ତାଙ୍କର ଦୋଷ କ’ଣ ଥିଲା ବୋଲି ସେ ପ୍ରତି କ୍ଷଣ ଭାବୁଥିବା ସେ ପ୍ରକାଶ କରିଛନ୍ତି । ସେପଟେ ଜ୍ୟାକବଙ୍କ ସ୍ବାସ୍ଥ୍ୟ ନେଇ ଡାକ୍ତର କହିଛନ୍ତି କି ଆଘାତ ଅତି ଗଭୀର ରହିଛି । ଏହାର ପ୍ରଭାବରେ ଦୀର୍ଘ ଦିନ ପର୍ଯ୍ୟନ୍ତ ତାଙ୍କର ଶରୀର ଏପରି ଅସୁସ୍ଥ ରହିପାରେ । ପ୍ରଭାବରେ ଅଣ୍ଟାରୁ ତଳକୁ ସେ ପକ୍ଷାଘାତରେ ପୀଡିତ ହୋଇପାରନ୍ତି ବୋଲି ମଧ୍ୟ ଡାକ୍ତର ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.