ETV Bharat / international

ଆମେରିକାକୁ ଟକ୍କର ଦେଉଛି ବ୍ରାଜିଲ, 32 ନିୟୁତ ପାର କଲା ସଂକ୍ରମଣ ମାମଲା

କୋରୋନା ମାମଲାରେ ଆମେରିକାକୁ ଟକ୍କର ଦେଉଛି ବ୍ରାଜିଲ । ଆମେରିକାରରେ ସଂକ୍ରମିତ ମାମଲା 52 ନିୟୁତରେ ପହଞ୍ଚିଥିବାବେଳେ ବ୍ରାଜିଲରେ 32 ନିୟୁତ ପାର କରିଛି । ଅଧିକ ପଢନ୍ତୁ...

32ନିୟୁତ ପାର କଲା ସଂକ୍ରମିତ ମାମଲା
32ନିୟୁତ ପାର କଲା ସଂକ୍ରମିତ ମାମଲା
author img

By

Published : Aug 15, 2020, 8:25 AM IST

ବ୍ରାସିଲିଆ: ମହାମାରୀ କୋରୋନା ସଂକ୍ରମଣ ମାମଲାରେ ଆମେରିକାକୁ କଡା ଟକ୍କର ଦେଉଛି ବ୍ରାଜିଲ । ଗତ କିଛି ସପ୍ତାହ ଧରି ଏଠାରେ ସଂକ୍ରମଣ ମାମଲା 50 ହଜାରରୁ ଅଧିକ ରେକର୍ଡ କରାଯାଉଛି । ଗତ 24 ଘଣ୍ଟାରେ ପୁଣି 50 ହଜାର 644 ମାମଲା ଚିହ୍ନଟ ହୋଇଛି । ଫଳରେ ଦେଶରେ ମୋଟ ସଂକ୍ରମିତ ମାମଲା 3, 275,520ରେ ପହଞ୍ଚିଛି ।

ସେହିପରି ଦେଶରେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ ଲାଗିବାର ନାଁ ଧରୁନି । ଶୁକ୍ରବାର 1060 ଜଣଙ୍କ ମୃତ୍ୟୁ ପରେ 106,523ରେ ପହଞ୍ଚିଛି । ଗୁରୁବାର ବ୍ରାଜିଲରେ 60 ହଜାର ନୂତନ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା । ସଂକ୍ରମଣରେ 1262 ଜଣଙ୍କ ମୃତ୍ୟୁ ରିପୋର୍ଟ ହୋଇଥିଲା ।

ଆମେରିକାରେ ସଂକ୍ରମଣ ମାମଲା 5.2 ମିଲିୟନ ଅର୍ଥାତ 52 ନିୟୁତ ପାର କରିଛି । 32 ନିୟତ କୋରୋନା ମାମଲା ସହ ବ୍ରାଜିଲ ଦ୍ବିତୀୟରେ ରହିଛି । ସୂଚନାଯୋଗ୍ୟ, ମାର୍ଚ୍ଚ 11 ତାରିଖରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କୋରୋନାକୁ ମହାମାରୀର ଆଖ୍ୟା ଦେଇଥିଲେ । ବିଶ୍ବବ୍ୟାପି 21 ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି । କୋଭିଡ ଯୋଗୁଁ ମୃତ୍ୟୁ ସଂଖ୍ୟା 761, 000 ରେ ପହଞ୍ଚିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.