ETV Bharat / international

ଆଫ୍ରିକାକୁ 30 ମିଲିୟନ ଟେଷ୍ଟିଂ କିଟ୍‌ ଦେବ ଚୀନ

ଡ୍ରାଗନ ଦେଶ ପକ୍ଷରୁ ଆଫ୍ରିକାକୁ ପ୍ରତି ମାସ 30 ମିଲିୟନ ଟେଷ୍ଟିଂ କିଟ୍ ଏବଂ 10 ହଜାର ଭେଣ୍ଟିଲେଟର୍ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । ସେଠାରେ କୋରୋନା ପରିସ୍ଥିତି ଅତ୍ୟନ୍ତ ବିପଦପୂର୍ଣ୍ଣ ଥିବାରୁ ଚୀନ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ...

ଆଫ୍ରିକାକୁ 30 ମିଲିୟନ ଟେଷ୍ଟିଂ କିଟ୍ସ ଦେବ ଚୀନ

author img

By

Published : Jun 14, 2020, 12:49 AM IST

ଜୋହାନ୍ସବର୍ଗ: ଆଫ୍ରିକାରେ କୋରୋନା ସ୍ଥିତି ଭୟଙ୍କର ପାଲଟୁଛି । ୟୁରୋପ ପରେ ଏସିଆ ଓ ଆଫ୍ରିକାରେ କୋଭିଡ-19 ଯୋଗୁଁ ଅଧିକ ଭୟଙ୍କର ପରିସ୍ଥିତି ରହିଛି । ତେବେ ଏହି ବିପଦରେ ଆଫ୍ରିକାକୁ ସହାୟତାର ହାତ ବଢାଇଛି କୋରୋନା ଭୂତାଣୁର କେନ୍ଦ୍ରସ୍ଥଳୀ ପାଲଟିଥିବା ଚୀନ ।

ଡ୍ରାଗନ ଦେଶ ପକ୍ଷରୁ ଆଫ୍ରିକାକୁ ପ୍ରତି ମାସ 30 ମିଲିୟନ ଟେଷ୍ଟିଂ କିଟ୍ସ ଏବଂ 10 ହଜାର ଭେଣ୍ଟିଲେଟର୍ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । ସେଠାରେ କୋରୋନା ପରିସ୍ଥିତି ଅତ୍ୟନ୍ତ ବିପଦପୂର୍ଣ୍ଣ ଥିବାରୁ ଚୀନ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛି । ଯେବେ ଯାଏଁ ଏହି କୋଭିଡ-19 ସେଠାରେ ଲାଗି ରହିଥିବ ଚୀନ ସାହାଯ୍ୟ କରିବ ବୋଲି କହିଛି । ଏହି ସାମଗ୍ରୀ କିଣିବା ପାଇଁ ଦକ୍ଷିଣ ଆଫ୍ରିକା ସରକାର ଏକ ନୂଆ ଉପାୟ ଆପଣାଇଛନ୍ତି । ଯେଉଁଥିରେ ଅତ୍ୟାବଶ୍ୟକୀୟ ମେଡିକାଲ ସାମଗ୍ରୀ ଅଳ୍ପ ଦରରେ କିଣିବା ପାଇଁ ବ୍ୟବସ୍ଥା ହୋଇଛି ।

ତେବେ ଏଥିରେ କାନାଡା, ନେଦରଲ୍ୟାଣ୍ଡ, ଫ୍ରାନ୍ସ ଓ ଦକ୍ଷିଣ କୋରିଆ ମଧ୍ୟ ସାଥ୍ ଦେବେ ବୋଲି ଜଣାପଡିଛି । ପ୍ରତି ଆଫ୍ରକାନ ଦେଶର ଆକାର ଓ ଜନସଂଖ୍ୟା ଦେଖି ସେମାନଙ୍କୁ ଏହି ସାମଗ୍ରୀ ବଣ୍ଟନ କରାଯିବ ବୋଲି ଆଫ୍ରିକା ରୋଗ ନିୟନ୍ତ୍ରଣ ଓ ପ୍ରତିଷେଧକ ସେଣ୍ଟର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ମେଡିକାଲ ସାମଗ୍ରୀ, ଚିକିତ୍ସା ଉପକରଣ ସମାନ ଭାବରେ ବାଣ୍ଟିବା ପାଇଁ ପୂର୍ବରୁ ସମସ୍ତ ଆଫ୍ରିକାନ ରାଷ୍ଟ୍ର ଦାବି କରିଥିଲେ । ଆଫ୍ରିକାରେ କୋରୋନା ସଙ୍କଟ ଭୟଙ୍କର ପାଲଟିଛି । ବର୍ତ୍ତମାନ ସୁଦ୍ଧା ଏଠାରେ ମାତ୍ର 3 ଲକ୍ଷ ସାମ୍ପଲ ପରୀକ୍ଷା ହୋଇଛି । ଯେବେକି ପ୍ରଥମରୁ ଏହି ଲକ୍ଷ୍ୟ 13 ମିଲିୟନ ଥିଲା ବୋଲି ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.