ମୁମ୍ବାଇ: ଫିଫା ୱାର୍ଲ୍ଡକପରେ ନଜର ଆସିବେ ବଲିଉଡ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀ । ଫିଫା ବିଶ୍ବକପ ଅଫିସିଆଲ ସଙ୍ଗୀତରେ ସିଦ୍ଧାନ୍ତ ଅଭିନୟ କରିବେ । X ଦ୍ବାରା ନିର୍ଦ୍ଦେଶିତ ଅଫିସିଆଲ ସଙ୍ଗୀତରେ ଆମେରିକାର ଲୋକପ୍ରିୟ ଲିଲ ବେବିଙ୍କ ସହ ନଜର ଆସିବେ । ଫିଫା ବିଶ୍ବକପ ଫାଇନାଲରେ ଏହି ସଙ୍ଗୀତ ପ୍ରଦର୍ଶନ କରାଯିବ ।
- " class="align-text-top noRightClick twitterSection" data="
">
ଲିଲ ବେବି ଜଣେ ଆମେରିକୀୟ ରାପର ଅଟନ୍ତି । ଯିଏ ମିକ୍ସଟେପ 'ପରଫେକ୍ଟ ଟାଇମିଂ'ରୁ ଲୋକପ୍ରିୟ ହାସଲ କରିଥିଲେ । ତାଙ୍କର ପ୍ରଥମ ଷ୍ଟୁଡିଓ ଆଲବମ୍ 'ହାର୍ଡର ଦାନ ଏଭର' 2018ରେ ମୁକ୍ତିଲାଭ କରିଥିଲା । ଲିଲ ବେବି ଡ୍ରେକ ସହ ବିଲବୋର୍ଡ ହଟ୍ 100 ଟପ୍ 10 ସିଙ୍ଗଲର 'ୟେସ ଉଣ୍ଡିଡ'ରେ ନଜର ଆସିଥିଲେ । ଯାହା ପ୍ରଶଂସକମାନେ ବେଶ ପସନ୍ଦ କରିଥିଲେ । ଅନ୍ୟପଟେ ସିଦ୍ଧାନ୍ତ 'ଗଲିବୟ'ରୁ ନିଜ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସିଦ୍ଧାନ୍ତ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଫା ଅଫିସିଆଲ ଗୀତ ସୁଟିଂର କିଛି ଫଟୋ ସେୟାର କରିଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି, ଫିଫା ଆନ୍ଥେମ ଲୋଡ଼ିଂ' । ଏଥିସହ ଲିଲବେବି ଏବଂ ସଙ୍ଗୀତ ନିର୍ଦ୍ଦେଶକଙ୍କୁ ମଧ୍ୟ ଟ୍ୟାଗ କରିଥିଲେ ।
ନିକଟରେ ଅଭିନେତା ସିଦ୍ଧାନ୍ତ 'ଫୋନ ଭୂତ'ରେ ନଜର ଆସିଥିଲେ । ପ୍ରଥମ ଥର ପାଇଁ ସେ କ୍ୟାଟ୍ରିନା କୈଫଙ୍କ ସହ ଏକ ଫିଲ୍ମରେ ଅଭିନୟ କରିଛନ୍ତି । ଗୁରୁମିତ ସିଂଙ୍କ ନିର୍ଦ୍ଦେଶିତ ଫିଲ୍ମ ଫୋନ୍ ଭୁତ୍ 4 ନଭେମ୍ବରରେ ମୁକ୍ତିଲାଭ କରିଥିଲା । କ୍ୟାଟ୍ରିନା ଏବଂ ସିଦ୍ଧାନ୍ତଙ୍କ ବ୍ୟତୀତ ସାହିଦ କପୁରଙ୍କ ସାନଭାଇ ଇଶାନ ଖଟ୍ଟର ମଧ୍ୟ ଏହି ଚଳଚ୍ଚିତ୍ରରେ ଏକ ପ୍ରମୁଖ ଭୂମିକାରେ ଅଛନ୍ତି । ତେବେ ଖୁବଶୀଘ୍ର ଫିଲ୍ମ 'ଯୁଦ୍ଧ' ଏବେ ଆକ୍ସନ ଫିଲ୍ମ 'ଖୋ ଗଏ ହମ କାହାଁରେ' ନଜର ଆସିବେ ।