ମୁମ୍ବାଇ: ଜାମିନରେ ଘରକୁ ଫେରିଲେ ଅଭିନେତା ଶିଜାନ ମହମ୍ମଦ ଖାନ। ଭାଇ ଶିଜାନଙ୍କ ଜେଲରୁ ଜାମିନ ଫେରିବା ନେଇ ଭଉଣୀ ଫଲକ ନାଜ ଏବଂ ଶଫାକ ନାଜଙ୍କୁ ଭାବବିହ୍ୱଳ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା । କାରଣ ଅଭିନେତା ପ୍ରାୟ ଦୁଇମାସ ପରେ ସେମାନଙ୍କୁ ଭେଟିଛନ୍ତି । ଏହି ସମୟରେ ଜେଲ୍ ବାହାରେ ପାପାରାଜି କିଛି ଫଟେୋ କ୍ଲିକ୍ କରିଛନ୍ତି । ଯେଉଁଥିରେ ଶିଜାନ ତାଙ୍କ ଭଉଣୀଙ୍କୁ ଆଲିଙ୍ଗନ କରୁଥିବାର ନଜର ଆସିଥିଲେ । ବହୁ ଦୁନ ପରେ ଜେଲରୁ ଘରକୁ ଫେରି ସେ ଖୁସି ଜାହିର କରିଛନ୍ତି ।
- " class="align-text-top noRightClick twitterSection" data="
">
ସୂଚନା ଅନୁସାରେ ଅଭିନେତ୍ରୀ ତୁନିଶା ଶର୍ମାଙ୍କ ମୃତ୍ୟୁ ଘଟଣାରେ ଶିଜାନଙ୍କୁ ଭାଲିଭ ପୋଲିସ ଗିରଫ କରିଥିଲା । ଦୁଇମାସ ପରେ ଶନିବାର(ମାର୍ଚ୍ଚ 4) ଦିନ ଜାମିନ ପାଇ ରବିବାର ଦିନ ଶିଜାନ ଥାଣେ ଜେଲରୁ ବାହାରକୁ ଆସିଥିଲେ । ଭାଇ ଜାମିନରେ ଫେରିଥିବାରୁ ଭଉଣୀ ଭାବପ୍ରବଣ ହୋଇ ପଡ଼ିଥିଲେ । ଖୁସି ତାଙ୍କ ମୁହଁରୁ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା । ଏଥିସହ ଶିଜାନ ଖାନଙ୍କ ଭଉଣୀ ଶଫାକ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ କୃତଜ୍ଞତା ଜଣାଇଛନ୍ତି । ଫଲକ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ୍ରେ ଏକ ଷ୍ଟୋରୀ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ କୋର୍ଟ ତାଙ୍କ ଭାଇଙ୍କୁ ଜାମିନ ପ୍ରଦାନ କରିଥିବାରୁ ସେ ଆଲ୍ଲାଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ ବମ୍ବେ ହାଇକୋର୍ଟରୁ ନ୍ୟାୟ ପାଇବାକୁ ଆଶାବାଦୀ ରହିଥିବା କଥା କହିଛନ୍ତି ।
ସୂଚନା ଥାଉ କି, 'ଅଲି ବାବା ଦାସ୍ତାନ-ଏ-କବୁଲ'ର ମୁଖ୍ୟ ଅଭିନେତ୍ରୀ ତୁନିଶା ଶର୍ମା ଡିସେମ୍ବର 24ରେ ମହାରାଷ୍ଟ୍ରର ପାଲଘର ଜିଲ୍ଲା ଭାସାଇରେ ସୋ’ର ସେଟରେ ତୁନିଶା ଆତ୍ମହତ୍ୟା କରିଥିଲେ। ଏନେଇ ତୁନିଶାଙ୍କ ମା' ଶିଜାନ ମହମ୍ମଦ ଖାନଙ୍କ ବିରୋଧରେ ଅଭିଯୋଗ କରିଥିଲେ । କାରଣ ତୁନିଶାଙ୍କୁ ମାତ୍ର 20 ବର୍ଷ ହୋଇଥିଲା । ତୁନିଶା ଓ ଅଭିନେତା ଶିଜାନଙ୍କ ମଧ୍ୟରେ ପ୍ରେମସମ୍ପର୍କ ଥିଲା। ପରେ ତୁନିଶାଙ୍କ ମୃତ୍ୟୁର 15 ଦିନ ପୂର୍ବରୁ ସେମାନଙ୍କ ବ୍ରେକଅପ୍ ହୋଇଥିବା ବେଳେ ସେ ଏହାକୁ ସହ୍ୟ କରିପାରିନଥାଇ ଆତ୍ମହତ୍ୟା କରିଥିବା ତୁନିଶାଙ୍କ ମା' ଅଭିଯୋଗ କରିଥିଲେ । ଏହାସହ ସେ ପୋଲିସକୁ ଏହା ମଧ୍ୟ କହିଥିଲେ ଯେ ତୁନିଶା ତାଙ୍କ କାରଣରୁ ଚାପରେ ଥିଲେ ଏବଂ ବୋଧହୁଏ ସେଥିପାଇଁ ଏଭଳି କଠୋର ପଦକ୍ଷେପ ନେଇଛନ୍ତି । ଅଭିଯୋଗ ଅନୁଯାୟୀ ପୋଲିସ ବୟଫ୍ରେଣ୍ଡ ଶିଜାନଙ୍କୁ ଗିରଫ କରିଥିଲା । ତା ପରଠାରୁ ଶିଜାନ ଥାଣେ ଜେଲ୍ରେ ରହିଆସୁଥିବା ବେଳେ ଏବେ ଜାମିନରେ ବାହାରକୁ ଆସିଛନ୍ତି ।