ETV Bharat / entertainment

ଆଉ ନାହାନ୍ତି RRRର ଏହି ଅଭିନେତା, ୫୮ ବର୍ଷ ବୟସରେ ଦୁନିଆକୁ କହିଲେ ଅଲବିଦା

author img

By

Published : May 23, 2023, 9:28 AM IST

Updated : May 23, 2023, 10:03 AM IST

ଆଉ ନାହାନ୍ତି ଏସଏସ ରାଜମୌଲୀଙ୍କ ବ୍ଲକବଷ୍ଟର ଫିଲ୍ମ RRRରେ ଖଳନାୟକ ଚରିତ୍ରରେ ଅଭିନୟ କରିଥିବା ଖ୍ୟାତାନାମା ଅଭିନେତା ରେ ଷ୍ଟିଭେନସନ। ଅଧିକ ପଢନ୍ତୁ

RRR Villain Ray Stevenson
RRR Villain Ray Stevenson

ନୂଆଦିଲ୍ଲୀ: ପୁଣି ଫିଲ୍ମ ଜଗତ ପାଇଁ ଆସିଲା ଦୁଃଖଦ ଖବର । ଅଦିନରେ ଅବେଳରେ ଦୁନିଆକୁ ଅଲବିଦା କହିଲେ ଆଉ ଜଣେ ଅଭିନେତା । ଆଉ ନାହାନ୍ତି ଏସଏସ ରାଜମୌଲୀଙ୍କ ବ୍ଲକବଷ୍ଟର ଫିଲ୍ମ RRRରେ ଖଳନାୟକ ଚରିତ୍ରରେ ଅଭିନୟ କରିଥିବା ଖ୍ୟାତାନାମା ଅଭିନେତା ରେ ଷ୍ଟିଭେନସନ । ୫୮ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ତେବେ ତାଙ୍କ ଦେହାନ୍ତର କାରଣ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ । ତିନି ଦିନ ପରେ ଅର୍ଥାତ ମେ' 25ରେ ସେ ତାଙ୍କର 59ତମ ଜନ୍ମଦିନ ପାଳନ କରିଥାଆନ୍ତେ । ରାଙ୍କ୍‌ PR ଏଜେନ୍ସି ଇଣ୍ଡିପେଣ୍ଡେଣ୍ଟ ଟ୍ୟାଲେଣ୍ଟ ତାଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଆରପାରିରେ ଟଲିଉଡ ବର୍ଷିୟାନ ଅଭିନେତା ଶରତ ବାବୁ

ରେ' ଷ୍ଟିଭେନସନ ଗ୍ଲୋବାଲ ହିଟ୍‌ ଫିଲ୍ମ RRRରେ ଖଳନାୟକ ଚରିତ୍ର ସ୍କଟ ବକ୍ସନଙ୍କ ଭୂମିକାରେ ଅଭିନୟ କରିଥିଲେ । ତେବେ RRR ଫିଲ୍ମ ବ୍ୟତୀତ ସେ ମାର୍ବଲ ଫିଲ୍ମ ଆରଆରଆର ବ୍ୟତୀତ ସେ ମାର୍ଭେଲଙ୍କ ଫିଲ୍ମ 'ଥର୍‌'ରେ କାମ କରିଥିଲେ । ନିକଟରେ ଷ୍ଟିଭେନ୍ସନ୍ ଐତିହାସିକ ଡ୍ରାମା ଚଳଚ୍ଚିତ୍ର '1242: ଗେଟୱେ ଟୁ ଦ ବେଷ୍ଟ'ରେ ନଜର ଆସିଥିଲେ । ଖୁବଶୀଘ୍ର ସେ ଡିଜ୍‌ନି ପ୍ଲସ୍ ହଟଷ୍ଟାର୍ ସିରିଜ୍ ଅଶୋକାରେ ମଧ୍ୟ ଅଭିନୟ କରିବାକୁ ଯାଉଥିଲେ । ହେଲେ ତା ପୂର୍ବରୁ ସେ ଆରପାରିକୁ ଚାଲିଯାଇଛନ୍ତି ।

ଷ୍ଟିଭେନସନ ୧୯୬୪ ମସିହା ମେ' ୨୫ରେ ଲିସବନରେ ଜନ୍ମଗ୍ରହଣ କରିଥିଲେ । ସେ ପରିବାରର ତିନି ଭାଇଙ୍କ ମଧ୍ୟରୁ ଦ୍ଵିତୀୟ ଥିଲେ । ୮ ବର୍ଷ ବୟସରେ ବ୍ରିଷ୍ଟଲର ଓଲ୍ଡ ଭିକ୍ ଥିଏଟର ସ୍କୁଲରେ ବାଲ୍ୟ ଶିକ୍ଷା ଗ୍ରହଣ କରିଥିଲେ । ୨୯ ବର୍ଷ ବୟସରେ ସ୍ନାତ୍ତକରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ଅଭିନୟ ପ୍ରତି ମନ ବଳାଇଥିଲେ । ଏହାପରେ ତାଙ୍କୁ ଅନେକ ସିନେମା ଓ ଟିଭି ଶୋ'ରେ ବିଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଥିଲା । ଯାହା ତାଙ୍କୁ ଦେଇଥିଲେ ସ୍ୱତନ୍ତ୍ର ପରିଚୟ ।

ଏହା ମଧ୍ୟ ପଢନ୍ତୁ-ଅଫେରା ରାଇଜରେ ଆଦିତ୍ୟ ସିଂ ରାଜପୁତ, ମୁମ୍ବାଇ ଆପାର୍ଟମେଣ୍ଟ ବାଥରୁମରୁ ମିଳିଲା ମୃତଦେହ

୧୯୯୦ ମସିହାରେ ଷ୍ଟିଭେନସନ ଫିଲ୍ମି କ୍ୟାରିଅର ଆରମ୍ଭ କରିଥିଲେ । ୧୯୯୮ରେ ଫିଲ୍ମ ‘ଦ ଥିଓରୀ ଅଫ ଫ୍ଲାଇଟ୍’ ତାଙ୍କୁ ହଲିଉଡରେ ନୂତନ ପରିଚୟ ଦେଇଥିଲା । ଏହାପରେ ସେ ୨୦୦୪ରେ 'କିଙ୍ଗ ଆର୍ଥର', ପନିଶର: ଓ୍ବାର ଜୋନ(2008), 'ଦ ବୁକ୍‌ ଅଫ ଏଲି(୨୦୧୦) ଏବଂ 'ଦ ଅଦର ଗାୟ' ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମରେ ତାଙ୍କର ନିଖୁଣ ଅଭିନୟ ଦେଖିବାକୁ ମିଳିଥିଲା । ମୋଟ୍ ୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ ଷ୍ଟିଭେନସନ ।

Last Updated : May 23, 2023, 10:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.