ETV Bharat / elections

‘4ଟି ଯାକ ଲୋକସଭା ଆମର’ - Niranjan Pattanaik

ପ୍ରଥମ ପର୍ଯ୍ୟାୟର 4ଟି ଲୋକସଭା କଂଗ୍ରେସ ଜିତିବ । ଏଥିସହ 28ଟି ବିଧାନସଭାରରୁ 18 ରୁ 20ଟି ହାସଲ କରିବ ଦଳ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଦମ୍ଭୋକ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 11, 2019, 9:43 PM IST

ଭୁବନେଶ୍ବର: ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ ବ୍ରହ୍ମପୁର ଏହି 4ଟି ଲୋକସଭା ପାଇଁ ଆଜି ଭୋଟ ଗ୍ରହଣ ହୋଇଛି । ତେବେ ଏହି ସମସ୍ତ ଆସନ କଂଗ୍ରେସ ଜିତିବ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଉପରୋକ୍ତ 4ଟି ଲୋକସଭା ଅଧିନସ୍ଥ 28ଟି ବିଧାନସଭା ଆସନ ଲାଗି ମଧ୍ୟ ଆଜି ମତଦାନ ପ୍ରକ୍ରିୟା ସରିଛି । ମୋଟ 217 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ ମେସିନରେ ସିଲ୍ ହୋଇସାରିଥିବାବେଳେ ଆରମ୍ଭ ହୋଇଛି ଅଙ୍କକଷା । ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳ ଏବଂ ଏହାର ନେତା ନିଜ ନିଜର ପ୍ରଦର୍ଶନ ଉପରେ ମତବ୍ୟକ୍ତ କରିବା ଆରମ୍ଭ କଲେଣି । ତେବେ ପିସିସି ମୁଖିଆ ସବୁଠୁ ବେଶୀ ଆଶାବାଦୀ ଅଛନ୍ତି । କଂଗ୍ରେସ 4ଟି ଲୋକସଭା ଆସନ ସମେତ 28ଟି ବିଧାନସଭାରୁ 18 ରୁ 20ଟିରେ ବାଜିମାତ କରିବ ବୋଲି ସେ କହିଛନ୍ତି । ତେବେ ବାସ୍ତବରେ ଏପରି ହେଉଛି ନାଁ ଏହା ନିରଞ୍ଜନଙ୍କ ଦିବା ସ୍ବପ୍ନ ତାହା ମେ 23 ତାରିଖରେ ଫଳାଫଳ ଘୋଷଣା ପରେ ଜଣାପଡ଼ିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:() ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଛି। ଇଭିଏମ ମେସିନରେ ସିଲ ହୋଇଛି 217 ପ୍ରାର୍ଥୀ ଙ୍କ ଭାଗ୍ୟ। ହେଲେ ଏହାରି ଭିତରେ ନେତାଙ୍କ ଅଙ୍କ କଷା ଆରମ୍ଭ ହୋଇଛି। କେଉଁଠୁ କେତେ ଭୋଟ ଆସିଛି ତାକୁ ନେଇ ଚାଲିଛି ତର୍ଜମା। ତେବେ କଂଗ୍ରେସ କିଂତୁ ଫଳାଫଳକୁ ନେଇ ବେଶ ଆଶାବାଦୀ ରହିଛି। ପ୍ରଥମ ପର୍ଯ୍ୟାୟରେ ହୋଇଥିବା 4ଟି ଲୋକସଭା ଆସନ କଂଗ୍ରେସ ଖାତାକୁ ଯିବ ବୋଲି କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ। ସେହିପରି 28 ବିଧାନସଭାରୁ ଦଳ 18ରୁ 20ଟି ଆସନ ପାଇବା ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ତେବେ ଏଥିରେ କେତେ ବାସ୍ତବତା ଅଛି ସେ ହିଁ ଜାଣିଥିବେ।

Body:ବାଇଟ ନିରଞ୍ଜନ ପଟ୍ଟନାୟକ, ପିସିସି ସଭାପତି

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.