ସମ୍ବଲପୁର: ଏଣିକି କମ ଖର୍ଚ୍ଚରେ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଯୋଗାଇ ଦିଆଯିବ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା । ଏନେଇ ସମ୍ବଲପୁରରେ ଖୋଲିଛି ରୋଟାରୀ ମୋଦର ଆଣ୍ଡ ଚାଇଲ୍ଡ ହସ୍ପିଟାଲ । ସମ୍ବଲପୁର କଟକ ରୋଡ଼ ଭତ୍ରା ନିକଟରେ ଏହାର ଵିଲଡିଂ ନିର୍ମାଣ ସମ୍ପୂର୍ଣ୍ଣ ହୋଇସାରିଥିବାବେଳେ ଆସନ୍ତା 27 ତାରିଖରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏହାର ଶୁଭ ଉଦଘାଟନ କରିବେ। ରୋଟାରୀ କ୍ଳବ ଦ୍ୱାରା ଏହା ସ୍ଥାପିତ ହୋଇଥିବା ବେଳେ ଏକ ଟ୍ରଷ୍ଟ ଦ୍ୱାରା ନୋ ଲସ ଓ ନୋ ପ୍ରଫିଟ ପଲିସିରେ ଏହା ପରିଚାଳିତ ହେବ। ଏନେଇ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
ମୁଖ୍ୟତଃ ଗରିବ ଲୋକଙ୍କ ପାଇଁ ଏହି ହସ୍ପିଟାଲରେ ନୋମିନାଲ ଚାର୍ଜ ନିଆଯିବ ଓ ଅତି ଗରିବ ଲୋକଙ୍କୁ ମେଡ଼ିସିନ ଖର୍ଚ୍ଚ ଛଡା ସବୁ ମାଗଣରେ ସେବା ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି। ସମ୍ବଲପୁରର ପୂର୍ବତନ ବିଧାୟିକା ଡା ରାସେଶ୍ୱରୀ ପାଣିଗ୍ରାହୀ ଏହି ହସ୍ପିଟାଲକୁ ଜମି ପ୍ରଦାନ କରିଥିବାବେଳେ ଏହାର ମ୍ୟାନେଜିଂ ଟ୍ରଷ୍ଟି ଅଛନ୍ତି । ଏନେଇ ଗତକାଲି ସମ୍ବଲପୁର VSS ମାର୍ଗସ୍ଥିତ ଏକ ହୋଟେଲରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ