ETV Bharat / city

ରଥଯାତ୍ରା ପାଳିଲା ରାଉରକେଲା

କେଉଁଠି ମହାଆଡମ୍ବର ସହ ଖାଲି ମହିଳା ତ କେଉଁଠି ବାଧାବିଘ୍ନର ସହ ରଥଯାତ୍ରା ପାଳିଲେ ରାଉରକେଲାବାସୀ । ଆସନ୍ତାକାଲି ମଧ୍ୟ କେତେକ ସ୍ଥାନରୁ ରଥ ବାହାରିବାର ପରମ୍ପରା ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Jul 4, 2019, 9:17 PM IST

ରାଉରକେଲା: ରଥଯାତ୍ରା ଅବସରରେ ଭକ୍ତ ଭଗବାନ ଆଜି ଏକାକାର । ଆଜି ରଥଯାତ୍ରା ଅବସରରେ ରାଉରକେଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରୁ ତିନି ଠାକୁର ରଥରେ ଗୁଣ୍ଡିଚା ମନ୍ଦିରକୁ ଯାଇଛନ୍ତି । ରଥଯାତ୍ରାରେ ଭକ୍ତମାନେ ବହୁତ ସଂଖ୍ୟାରେ ଉପସ୍ଥିତ ରହି ରଥ ଟାଣିଥିଲେ । ହେଲେ ସେକ୍ଟର-3 ଜଗନ୍ନାଥ ମନ୍ଦିରରୁ ସୁଭଦ୍ରା ରଥକୁ ମହିଳାମାନେ ଟାଣିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ହନୁମାନ ବାଟିକା, ଉଦିତନଗର ଜଗନ୍ନାଥ ମନ୍ଦିର, ପ୍ଲାଣ୍ଟ ସାଇଟ ମନ୍ଦିର ,ପାନପୋଷ ଜଗନ୍ନାଥ ମନ୍ଦିରରେ ଭକ୍ତମାନେ ରଥଯାତ୍ରା ପାଳନ କରିଛନ୍ତି। କିନ୍ତୁ ସହର ମଧ୍ୟ ଦେଇ ଷ୍ଟେସନ ପରିସରକୁ ଯାଉଥିବା ତିନି ରଥ ଟାଣୁ ଥିବା ଭକ୍ତମାନେ ଖରାପ ରାସ୍ତା ଯୋଗୁଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ରଥଯାତ୍ରାର ସୁପରିଚାଳନା ପାଇଁ ବହୁତ ସଂଖ୍ୟାରେ ମନ୍ଦିର କମିଟି ସଦସ୍ୟ ମାନଙ୍କ ସହିତ ବିଭିନ୍ନ ସଂଗଠନର ସଭ୍ୟମାନେ ସକ୍ରିୟ ଥିଲେ । ବହୁତ ସଂଖ୍ୟାରେ ପୋଲିସ ମୁତୟନ କରାଯାଇଥିଲା । ଆଜି ରାଉରକେଲା ସହର ସହିତ ବିଭିନ୍ନ ସ୍ଥାନରେ ରଥ ବାହାରି ଥିବାବେଳେ ଆସନ୍ତା କାଲି ମଧ୍ୟ କେତେକ ସ୍ଥାନରୁ ରଥ ବାହାରିବ। ପରମ୍ପରା ଏଠାରେ ଚାଲିଆସିଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ରାଉରକେଲା ରେ ଆଜି ରଥଯାତ୍ରା କୁ ନେଇ ବିଭିନ୍ନ ଜଗନ୍ନାଥ ମନ୍ଦିର ରୁ ତିନି ଠାକୁର ରଥ ରେ ଗୁଣ୍ଡିଚା ମନ୍ଦିର କୁ ଯାଇ ଥିଲେ। ମନ୍ଦିର ରେ ଆଜି ପୂଜାର୍ଚ୍ଚନା ପରେ ଛେରା ପହଁରା ସହିତ ତିନି ଠକିରଙ୍କୁ ରଥ କୁ ଅନ ଯାଇ ଥିଲେ।ଭକ୍ତ ମାନେ ମଧ୍ୟ ବହୁତ ସଂଖ୍ୟା ରେ ଉପସ୍ଥିତ ରହି ରଥ ଦୌଡ଼ି ଛୁଇଁବା ସହିତ ରଥ ଟାଣି ଥିଲେ। ସେକ୍ଟର-3 ଜଗନ୍ନାଥ ମନ୍ଦିର ରୁ ସୁଭଦ୍ରାଙ୍କ ରଥ କୁ ମହିଳା ମାନେ ଟାଣି ଥିଲେ।Body:ହନୁମାନ ବଟିକା,ଉଦିତନଗର ଜଗନ୍ନାଥ ମନ୍ଦିର,ପ୍ଲାଣ୍ଟ ସାଇଟ ମନ୍ଦିର ,ପାନପୋଷ ଜଗନ୍ନାଥ ମନ୍ଦିର ରୁ ଭକ୍ତ ମାନେ ରଥ କୁ ଟାଣି ଥିଲେ। ବିଶେଷ କରି ସହର ମଧ ଦେଇ ଷ୍ଟେସନ ପରିସର କୁ ଯାଉଥିବା ତିନି ରଥ ଟାଣୁ ଥିବା ଭକ୍ତ ମାନଙ୍କୁ ଖରାପ ରାସ୍ତା ଯୋଗୁ ବହୁତ ଅସୁବିଧା ହୋଇ ଥିଲା।Conclusion:ରଥଯାତ୍ରା ର ସୁପରିଚାଳନା ପାଇଁ ବହୁତ ସଂଖ୍ୟା ରେ ମନ୍ଦିର କମିଟି ସଦସ୍ୟ ମାନଙ୍କ ସହିତ ବିଭିନ୍ନ ସଂଗଠନ ର ସଭ୍ୟ ମାନେ ସକ୍ରିୟ ଥିଲେ। ବହୁତ ସଂଖ୍ୟା ରେ ପୋଲିସ ମୁତୟନ କରା ଯାଇଥିଲା।
ଆଜି ରାଉରକେଲା ସହର ସହିତ ବିଭିନ୍ନ ସ୍ଥାନ ରେ ରଥ ବାହାରି ଥିଲା।କଲି ମଧ୍ୟ କେତେକ ସ୍ଥାନ ରୁ ରଥ ବାହାରିବ। ଏଠାରେ ଏହା ଏକ ପରମ୍ପରା ଚାଲିଆସିଛି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.