ରାଉରକେଲା: ଆଜି ରାଉରକେଲାରେ ଉଚ୍ଚ ସ୍ତରୀୟ ବୈଠକ ଆୟୋଜନ କରାଯାଉଛି । ରାଉରକେଲା-ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ନିରଞ୍ଜନ ସାହୁ ରାଉରକେଲାର ବିକାଶ ପ୍ରାଧିକାରଣର ଚେୟାରମ୍ୟାନ ହେବା ପରେ ଆଜି ଉଚ୍ଚ ସ୍ତରୀୟ ବୈଠକ କରିଥିଲେ । ଏହି ବୈଠକରେ ଜିଲ୍ଲାପାଳ, ଏଡିଏମ ସହି ପୌରାୟୁକ୍ତ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ବିରମିତ୍ରପୁରର ବିଧାୟକ ଶଙ୍କର ଓରାମଙ୍କ ସହିତ ସୁଦରଗଡ ବିଧାୟକ ବୈଠକରେ ଉପସ୍ଥିତ ଥିଲେ।
ରାଉରକେଲାରେ ଦୋକାନୀମାନଙ୍କ ଭଡାକୁ ନେଇ ନୂଆ ଦର ଅନୁମୋଦନ କରାଯାଇଛି । ବୀରମିତ୍ରପୁର, ରାଜଗାଙ୍ଗପୁର, ସୁନ୍ଦରଗଡ଼ ତଥା ରାଉରକେଲା ଅଞ୍ଚଳର ସାମୁହିକ ବିକାଶ ତଥା ଗୃହ ନିର୍ମାଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଣିକି ଏହି ବୈଠକ ଲଗାତାର କରିବା ସହିତ ବିଭିନ୍ନ ଅଟକି ଥିବା କାମକୁ ଆରମ୍ଭ କରିବା ପାଇଁ ଏକ ଅବଧିରେ ବୈଠକ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଏହି ଅବସରରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ସୂଚନା ଦେଇ କହିଥିଲେ କି, ସର୍ଵକ୍ଷମ ଯୋଜନାର ସମୟ ବୃଦ୍ଧି ପାଇଁ ରାଜ୍ୟ ସରକାର ସହମତି ପ୍ରଦାନ କରିଛନ୍ତି । ଏହା ଦ୍ୱାରା ରାଉରକେଲା ବାସି ଲାଭନ୍ବିତ ହେବେ ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ