ETV Bharat / city

ଦାନଗହୀରି ଲକଡାଉନ ସ୍ଥିତି ସମୀକ୍ଷା କଲେ ପୁରୀ ଜିଲ୍ଲାପାଳ - କୋରୋନା ଭାଇରସ ଲକ୍ଷଣ

ପୁରୀ ଜିଲ୍ଲାପାଳ ପିପିଲି ଦାନଗହୀରି ଗ୍ରାମ ପରିଦର୍ଶନ କରି ସେଠାରେ ଚାଲିଥିବା ଲକଡାଉନ ସ୍ଥିତି ପରଖିଥିଲେ । ଉକ୍ତ ଅଞ୍ଚଳର ଲୋକଙ୍କୁ ବାହାରକୁ ଯିବାକୁ କଟକଣା ଥିବାରୁ ଲୋକମାନଙ୍କ ପାଇଁ କିଭଳି ସମସ୍ତ ଅତ୍ୟାବଶ୍ୟକ ଜିନିଷ ପ୍ରଶାସନ ସଠିକ ଭାବେ ଯୋଗାଇ ପାରିବ ସେ ନେଇ ସମୀକ୍ଷା କରିଥିଲେ । ଅଧିକ ପଢନ୍ତୁ...

puri-district-magistrate-review-the-lockdown-situation
ପୁରୀ ଜିଲ୍ଲାପାଳ ଲକଡାଉନ ସ୍ଥିତି ସମୀକ୍ଷା କଲେ
author img

By

Published : Apr 6, 2020, 9:21 PM IST

ପୁରୀ: ପୁରୀ ଜିଲ୍ଲାପାଳ ପିପିଲି ଦାନଗହୀରି ଗ୍ରାମ ପରିଦର୍ଶନ କରି ସେଠାରେ ଚାଲିଥିବା ଲକଡାଉନ ସ୍ଥିତି ପରଖିଥିଲେ । କୋରୋନା ପଜିଟିଭ ବାହାରିବା ପରେ ଉକ୍ତ ଅଞ୍ଚଳର ଲୋକଙ୍କୁ ବାହାରକୁ ଯିବାକୁ କଟକଣା ଥିବାରୁ ଲୋକ ମାନଙ୍କ ପାଇଁ କିଭଳି ସମସ୍ତ ଅତ୍ୟାବଶ୍ୟକ ଜିନିଷ ପ୍ରଶାସନ ସଠିକ ଭାବେ ଯୋଗାଇ ପାରିବ ସେ ନେଇ ସମୀକ୍ଷା କରିଥିଲେ ।

ପୁରୀ ଜିଲ୍ଲା ପିପିଲି ଟୋଲ ଗେଟ ଯେଭଳି କୌଣସି ଗାଡି ପ୍ରବେଶ ନ କରେ ଉପସ୍ଥିତ ଥିବା କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ସାମାଜିକ ନିରାପତ୍ତା ଯୋଜନା ଠିକରେ କିଭଳି ହୋଇପାରିବ ସେ ନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପଟେ ସାମାଜିକ ଦୂରତ୍ବକୁ ପାଳନ କରିବା ତଥା 6 ଫୁଟ ଦୂରତା ବଜାୟ ରଖିବା ପାଇଁ ଲୋକଙ୍କୁ ପୁରୀ ଜିଲ୍ଲାପାଳ କହିଛନ୍ତି । ଏହାକୁ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ସେହିପରି ଗ୍ରୋସରୀ ଦୋକାନୀ ମାନେ ଦୋକାନ ଆଗରେ 6 ଫୁଟ ବ୍ୟବଧାନରେ ଏକ ସର୍କଲ କରି ଲୋକଙ୍କୁ ଧାଡିରେ ସବୁ ଜିନିଷ ଦେବାକୁ ଜିଲ୍ଲାପାଳ କହିଛନ୍ତି। ଏହା ପ୍ରତ୍ୟେକ ଦୋକାନୀଙ୍କ ଦାୟିତ୍ବ ଭାବେ ବିବେଚନା କରାଯିବ । ଯେଉଁ ଦୋକାନରେ ଏହି ନିୟମ ଉଲଘଂନ ହେବ ଉକ୍ତ ଦୋକାନର ବ୍ୟବସାୟ ଲାଇସେନ୍ସ ବାତିଲ ସହ ଜୋରିମାନା ଆଦାୟ କରାଯିବ । ଆସନ୍ତା 14 ତାରିଖ ଯାଏଁ ଏହି ନିୟମ ପାଳନ ପାଇଁ ନିର୍ଦ୍ଦେଶ ଜାରି ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.