ETV Bharat / city

ସ୍କାନିଂ ବେଳେ ଯାତ୍ରୀଙ୍କ ବ୍ୟାଗରୁ ମିଳିଲା ୨୮ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା

ପୁରୀ ରେଳ ଷ୍ଟେସନରେ ଯାତ୍ରୀଙ୍କ ବ୍ୟାଗରୁ ୨୮ ଲକ୍ଷରୁ ଅଧିକ ଟଙ୍କା ଜବତ । ପୁରୀରୁ ବିଶାଖାପାଟଣା ଯାଉଥିଲେ ସେହି ଯାତ୍ରୀ । ଅଧିକ ପଢନ୍ତୁ

ପୁରୀ ରେଳ ଷ୍ଟେସନରେ ଯାତ୍ରୀଙ୍କ ଠାରୁ ୨୮ ଲକ୍ଷରୁ ଅଧିକ ଟଙ୍କା ଜବତ

author img

By

Published : Jun 25, 2022, 1:08 PM IST

ପୁରୀ: ପୁରୀ ରେଳ ଷ୍ଟେସନରେ ଯାତ୍ରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଜବତ(Over 28 Lakh Cash Seized From Passanger Bag) । ଷ୍ଟେସନର ଲଗେଜ ସ୍କାନରରେ ସ୍କାନିଙ୍ଗ ବେଳେ ଜଣେ ଯାତ୍ରୀଙ୍କ ବ୍ୟାଗରୁ ୨୮ ଲକ୍ଷ ୮୫ ହଜାର ଟଙ୍କା ଜବତ ହୋଇଛି । ଆରପିଏଫ ଥାନା ପକ୍ଷରୁ ଏହି ଟଙ୍କା ଜବତ କରାଯାଇଛି । ସମ୍ପୃକ୍ତ ଯାତ୍ରୀଙ୍କୁ ପୋଲିସ ଅଟକ ରହିଛନ୍ତି । ଏହି ଯାତ୍ରୀ ବିଶାଖାପାଟଣା ନରସିପାଟନମର ଉଦୟ କୁମାର ବୋଲି ପରିଚୟ ମିଳିଛି ।

ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ଉଦୟ କୁମାର ପୁରୀରୁ ବିଶାଖାପାଟଣା ଯିବା ସମୟରେ ଷ୍ଟେସନ ଠାରେ ଆରପିଏଫ ପୋଲିସ ତାଙ୍କର ଲଗେଜ ସ୍କାନିଙ୍ଗ କରିଥିଲେ । ସେଥିରେ ୨୮ ଲକ୍ଷ ୮୫ ହଜାର ଟଙ୍କା ଥିବା ଜଣାପଡିଥିଲା । ଏତେ ଗୁଡିଏ ଟଙ୍କା ଉଦୟ କେଉଁଠୁ ଆଣିଲେ ସେନେଇ ଆରପିଏଫ ତଦନ୍ତ ଚଳାଇ ଥିବାବେଳେ ଜମି ବିକ୍ରି କରି ଏସବୁ ଟଙ୍କା ଆଣିଥିବା ଉଦୟ କହିଛନ୍ତି ।‌

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.