ପୁରୀ: 25 ତମ ଗ୍ଲୋରି ଫେଷ୍ଟ 2020 ରୌପ୍ୟ ଜୟନ୍ତୀ ଉତ୍ସବ ନେଇ ଜାତୀୟ ଯୁବ ସମନ୍ୱିତ କେନ୍ଦ୍ର ପକ୍ଷରୁ ପ୍ରସ୍ତୁତି ସରିଛି। ସାରା ଦେଶରୁ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜରୁ ଏକ ହଜାର ଛାତ୍ରଛାତ୍ରୀ ଏଥିରେ ଯୋଗ ଦେବେ।
ପୁରୀ ବେଳାଭୂମିରେ ଜାନୁଆରୀ 6 ତାରିଖରେ ଏହା ଆରମ୍ଭ ହେବ। ଏହି ଫେଷ୍ଟରେ 7 ଦିନ ଧରି 12 ତାରିଖ ଯାଏଁ 25ଟି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେବେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ପ୍ରତିଭାର ବିକାଶ ପାଇଁ ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ଜାତୀୟ ଯୁବ ସମନ୍ୱିତ କେନ୍ଦ୍ର ପକ୍ଷରୁ ଆୟୋଜନ କରାଯାଉଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ