ETV Bharat / city

ଆମାଜନରେ ନିର୍ମାଲ୍ୟ ବିକ୍ରି ବିରୋଧରେ ଏତଲା - Amazon News

ଆମାଜନରେ ଶ୍ରୀମନ୍ଦିରର ନିର୍ମାଲ୍ୟ ବିକ୍ରିକୁ ବିରୋଧ । ପୁରୀ ସିଂହଦ୍ବାର ଥାନାରେ ଏତଲା । ଅଧିକ ପଢନ୍ତୁ...

ଆମାଜନରେ ନିର୍ମାଲ୍ୟ ବିକ୍ରି ବିରୋଧରେ ଏତଲା
ଆମାଜନରେ ନିର୍ମାଲ୍ୟ ବିକ୍ରି ବିରୋଧରେ ଏତଲା
author img

By

Published : Nov 30, 2020, 12:55 PM IST

ପୁରୀ: ଅନଲାଇନ ସପିଂ ଆମାଜନରେ ଶ୍ରୀମନ୍ଦିରର ନିର୍ମାଲ୍ୟ ବିକ୍ରିକୁ ବିରୋଧ କରାଯାଇଛି । ଏନେଇ ପୁରୀ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି । ସେବାୟତ ସମ୍ବୁନାଥ ଖୁଣ୍ଟିଆ ଏନେଇ ଆମାଜନ ବିରୋଧରେ ଏତଲା ଦେଇଛନ୍ତି ।

ଆମାଜନରେ ନିର୍ମାଲ୍ୟ ବିକ୍ରି ବିରୋଧରେ ଏତଲା

ସେ ଅଭିଯୋଗ କରିଛନ୍ତି ଯେ, ‘ଯେଉଁଭଳି ଅନଲାଇନରେ ମହାପ୍ରଭୁଙ୍କ ନାଁରେ ବେପାର ଚାଲିଛି ଏହା ଠିକ ନୁହେଁ । ଶ୍ରୀମନ୍ଦିର ପ୍ରଶାସନ ଆଜି ପର୍ଯ୍ୟନ୍ତ ଶ୍ରୀମନ୍ଦିରର କୌଣସି ସାମଗ୍ରୀ ଅନଲାଇନରେ ବିକ୍ରୀ ନେଇ ନିଷ୍ପତ୍ତି ନେଇନାହିଁ ।’ ସେହିପରି ନିର୍ମାଲ୍ୟ ଭଲି ମହାପ୍ରସାଦ ଅନଲାଇନରେ ବିକ୍ରି ଠିକ ନୁହେଁ । କିଏ କେଉଁ ପରିସ୍ଥିତିରେ କିଭଳି ଢଙ୍ଗରେ ନିର୍ମାଲ୍ୟ ବିକ୍ରି କରୁଛି ତାହା ତଦନ୍ତ ସାପେକ୍ଷ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି ।

ସେହିପରି ଏହି ନିର୍ମାଲ୍ୟକୁ ଅନ୍ୟ କୌଣସି ସ୍ଥାନରେ ପ୍ରସ୍ତୁତ କରି ପୁରୀ ନିର୍ମାଲ୍ୟ ନାଁରେ ବିକ୍ରି କରାଯାଉଥାଇ ପାରେ ବୋଲି ସେ କହିଛନ୍ତି । ଏହା ଉପରେ ତଦନ୍ତ କରି ଏହି ବେଆଇନ କାରବାର ବିରୋଧରେ ପୁରୀ ସିଂହଦ୍ବାର ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ସେବାୟତ ସମ୍ବୁନାଥ ଖୁଣ୍ଟିଆ ନିଜ ଏତଲାରେ ଉଲ୍ଲେଖ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.