ETV Bharat / city

କଳାକୁ ମିଳୁନି ପ୍ରୋତ୍ସାହନ, ଚିନ୍ତାରେ ଚିତ୍ର ଶିଳ୍ପୀ

author img

By

Published : Oct 26, 2020, 8:17 AM IST

ନିପୁଣ କଳାରେ ପରିପୂର୍ଣ୍ଣ ପୁରୀ ଅଙ୍କିଆ ଗାଁର ଦିବ୍ୟଜ୍ୟୋତି। ହେଲେ ଅର୍ଥ ଅଭାବରୁ ନିଜର ପ୍ରତିଭାକୁ ପରିସ୍ଫୁଟିତ କରିପାରୁନାହାନ୍ତି ସେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କଳାକୁ ମିଳୁନି ପ୍ରୋତ୍ସାହନ, ଚିନ୍ତାରେ ଚିତ୍ର ଶିଳ୍ପୀ
କଳାକୁ ମିଳୁନି ପ୍ରୋତ୍ସାହନ, ଚିନ୍ତାରେ ଚିତ୍ର ଶିଳ୍ପୀ

ପୁରୀ: ଯେକୌଣସି ବ୍ୟକ୍ତିଙ୍କ ଅବିକଳ ଚିତ୍ର ସେ ଆଙ୍କି ପାରୁଛନ୍ତି। ଚିତ୍ର ଏତେ ନିଖୁଣ ଯେ, ଏହା ଜୀବନ୍ତ ଭଳି ଦେଖାଯାଉଛି। ଏଭଳି କଳା ପାଇଁ ପୁରୀରେ ତାଙ୍କର ବେଶ ସୁନାମ ବଢିବାରେ ଲାଗିଛି। ସେ ହେଉଛନ୍ତି ପୁରୀ ସଦର ବ୍ଲକ ଅଙ୍କିଆ ଗାଁର ବାସିନ୍ଦା ହରିହର ମାରଥାଙ୍କ ଝିଅ ଦିବ୍ୟ ଜ୍ୟୋତି ମାରଥା। ତାଙ୍କ ରଙ୍ଗ ତୁଳୀରେ ରହିଛି ସ୍ବତନ୍ତ୍ର ଯାଦୁ। ସେ ବିଭିନ୍ନ ଚିତ୍ର କଳା କରି ବେଶ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ବଣ ମଲ୍ଲି ବଣରେ ଝଡି ପଡିବା ଭଳି ତାଙ୍କ ଚିତ୍ର କଳାର ଦକ୍ଷତା ଦେଖାଇବା ପାଇଁ ସେ ଭଳି କିଛି ଭଲ ପ୍ଲାଟଫର୍ମ ମିଳିନାହିଁ। ଫଳରେ ନିଜର ଚିତ୍ର କଳାର ଯାଦୁ ସାରା ବିଶ୍ବକୁ ଦେଖାଇ ପାରୁନାହାଁନ୍ତି।

ଏଥିପାଇଁ ଅର୍ଥ ସାଜିଛି ମୁଖ୍ୟ ବାଧକ। ତେବେ କାହିଁକି ଅନେକ ଚିତ୍ର ଶିଳ୍ପୀଙ୍କ ଅବସ୍ଥା ତାଙ୍କ ଭଳି ସମାନ ସେନେଇ ଦିବ୍ୟଜ୍ୟୋତି ଅଭିଯୋଗ କରିଛନ୍ତି। ବିଶେଷ କରି ରାଜ୍ୟ ସରକାର କଳାକୁ ଯେଭଳି ଗୁରୁତ୍ବ ଦେବା କଥା ସରକାର ତାହା କରୁ ନ ଥିବା ସେ କହିଛନ୍ତି। ଫଳରେ ଶହ ଶହ ଚିତ୍ର ଶିଳ୍ପୀ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚକରି ଟ୍ରେନିଂ ପରେ ବେକାର ହୋଇ ବସିଛନ୍ତି। ନା ତାଙ୍କ ପାଇଁ ରହିଛି କୌଣସି ରୋଜଗାର ନା ତାଙ୍କର ପ୍ରତିଭା ପ୍ରଦର୍ଶନ ପାଇଁ ରହିଛି ସରକାରଙ୍କ ବ୍ୟବସ୍ଥା। ଏନେଇ ସେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ଚିତ୍ର ଶିଳ୍ପୀଙ୍କ ପାଇଁ ବିଭିନ୍ନ ଅନୁଷ୍ଠାନରେ ଚାକିରି ର ବ୍ୟବସ୍ଥା କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଓଡିଶା ଭଳି କଳା ସଂସ୍କୃତି ସମ୍ପନ ରାଜ୍ୟରେ କଳାକାରଙ୍କୁ ଅବହେଳା କରିବା ଠିକ ନୁହେଁ ବୋଲି ସେ ମତ ରଖିଛନ୍ତି। ତାଙ୍କୁ ସରକାରଙ୍କ ସାହାଯ୍ୟ ମିଳିଲେ ଆହୁରି ଭଲ ଚିତ୍ର କରିପାରିବେ ବୋଲି କହିଛନ୍ତି। ସେହିପରି ଦିବ୍ୟଜ୍ୟୋତିଙ୍କ ବାପା କୁହନ୍ତି ଝିଅ ପଞ୍ଚମ ଶ୍ରେଣୀରୁ ଆର୍ଟ ଶିଖୁଛନ୍ତି। ଏପରିକି ପଟ୍ଟଚିତ୍ର ଆଙ୍କିବା ନେଇ ଭୁବନେଶ୍ବରରେ ଟ୍ରେନିଂ ସହ ଧଉଳି ଆର୍ଟ କଲେଜରେ ଭିଜୁଆଲ ଆର୍ଟରେ ଡିଗ୍ରୀ କରିଛନ୍ତି। ସେ ପିଲା ମାନଙ୍କୁ ଭଲ ଚିତ୍ର କଳା ପ୍ରଶିକ୍ଷଣ ଦେବା ପାଇଁ ବେଶ ଇଚ୍ଛୁକ। ଏଣୁ ଚିତ୍ର କଳା ପ୍ରଶିକ୍ଷଣ ପାଇଁ ଏକ ଅନୁଷ୍ଠାନ ଖୋଲିବା ଦିଗରେ ରାଜ୍ୟ ସରକାର ହାତ ବଢ଼ାଇଲେ ଦିବ୍ୟଜ୍ୟୋତି ତାଙ୍କର ଚିତ୍ର କଳା ପ୍ରତିଭାକୁ ସାରା ବିଶ୍ବରେ ପହଞ୍ଚାଇ ପାରିବେ। ଏହା ଦ୍ବାରା ରାଜ୍ୟର ଗୌରବ ବଢିବ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.