ପୁରୀ: ପ୍ରତି ରବିବାର ଭଳି ପୁରୀ ବଡଦାଣ୍ଡରେ ଅନୁଷ୍ଠିତ ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ । ସକାଳୁ ସକାଳୁ ବିଭିନ୍ନ ଲୋକନୃତ୍ୟ, ଚିତ୍ରାଙ୍କନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ କଳାକାର ଏଥିରେ ସାମିଲ ହୋଇଥିଲେ । ସକାଳ6 ଟାରୁ 8 ଟା ଯାଏଁ ଏହି ବଡଦାଣ୍ଡ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ଶ୍ରୀମନ୍ଦିର ଆସିଥିବା ଶ୍ରଦ୍ଧାଳୁମାନେ ଏଭଳି ମନୋରମ ଦୃଶ୍ୟକୁ ବେଶ ଉପଭୋଗ କରିଥିଲେ । ପ୍ରତି ରବିବାର ବଡ଼ଦାଣ୍ଡରେ ଏଭଳି ନୃତ୍ୟ ଉତ୍ସବ କରିବା ନେଇ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ପରେ ଏହି ଉତ୍ସବ ବେଶ ଲୋକପ୍ରିୟ ହେବାରେ ଲାଗିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ