ETV Bharat / city

ଘର ବାହୁଡିଲେ ଆଣ୍ଡାମାନ ନାବିକ ଅମିତ - amit kujur went to andaman

ଘର ବାହୁଡିଲେ ଆଣ୍ଡାମାନ ନାବିକ ଅମିତ କୁଜୁର । ନିଜ ଜନ୍ମାମାଟିକୁ ଫେରିଲେ ଅମିତ । ସେ ଭୁବନେଶ୍ବରରୁ କୋଲକାତା ଓ କୋଲକାତାରୁ ଆଣ୍ଡାମାନ ରାଜଧାନୀ ପୋର୍ଟବ୍ଲେୟାର ବିମାନ ଯୋଗେ ଯିବେ ବୋଲି ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Oct 30, 2019, 5:31 PM IST

ପୁରୀ: ଘର ବାହୁଡିଲେ ଅମିତ କୁଜୁର । ସମୁଦ୍ରରେ ବୋଟରେ ଭାସି ଆସି ବ୍ରହ୍ମଗିରି ଖିରି ସାହି ସମୁଦ୍ର କୂଳରେ ଲାଗିଥିବା ଆଣ୍ଡାମାନ ନାବିକ ଅମିତ୍‌ଙ୍କ ଘର ପ୍ରତ୍ୟାବର୍ତ୍ତନ । ଆଜି(ବୁଧବାର) ସେ ନିଜ ଘରକୁ ଫେରିଯାଇଛନ୍ତି ।

ଘର ବାହୁଡିଲେ ଆଣ୍ଡାମାନ ନାବିକ ଅମିତ

ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କର ଯିବା ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରିଯାଇଛି । ସେ ଭୁବନେଶ୍ବରରୁ କୋଲକାତା ଓ କୋଲକାତାରୁ ଆଣ୍ଡାମାନ ରାଜଧାନୀ ପୋର୍ଟ ବ୍ଲେୟାର ବିମାନ ଯୋଗେ ଯିବେ । ଏନେଇ ଟିକେଟ ସମେତ ଆନୁଷଙ୍ଗିକ ବ୍ୟବସ୍ଥା ପୁରୀ ପୋଲିସ କରିଛି । ତେବେ ତାଙ୍କୁ କୋଲକାତା ବିମାନ ବନ୍ଦରରେ ଛାଡିବା ପାଇଁ ଜଣେ ପ୍ରଶାସନିକ ଅଧିକାରୀ ଯିବେ । ସେଠାରୁ ଆଣ୍ଡାମାନରୁ ଆସିଥିବା ଅଧିକାରୀଙ୍କ ସହିତ ସେ ବିମାନରେ ଯିବେ ବୋଲି ଜଣାପଡିଛି ।

ତେବେ ତାଙ୍କୁ ସାହାଯ୍ୟ କରିଥିବାରୁ ଅମିତ ପୁରୀବାସୀ ଓ ଜିଲ୍ଲା ପ୍ରଶାସନକୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି । ଗତ 25 ତାରିଖରେ ଅମିତ ତାଙ୍କ ବୋଟ ସହ ଆସି ବ୍ରହ୍ମଗିରି ଖିରି ସାହି ନିକଟରେ ଲାଗିଥିଲା । ପରେ ସେଠାରେ ତାଙ୍କୁ ଲୋକେ ରହିବାକୁ ଓ ଖାଇବାକୁ ଦେଇଥିଲେ । ପରେ ତାଙ୍କୁ ପ୍ରଶାସନ ଉଦ୍ଧାର କରି ଏକ ସେଲଟର ହୋମରେ ରଖିବା ସହ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲା ।

ସୂଚନା ଥାଉକି, ଅମିତ୍‌ ଆଣ୍ଡାମାନରେ ବିଭିନ୍ନ ରାସନ ସାମଗ୍ରୀ ନେଇ ବିଭିନ୍ନ ଦ୍ବୀପକୁ ବୋଟରେ ନେବା ଆଣିବା କରନ୍ତି । ତେବେ ସେ ସମୁଦ୍ରରେ ଝଡ ବାତ୍ୟାର ସମ୍ମୁଖୀନ ହେବା ସହ ଦିଶା ହୀନ ହୋଇ ସମୁଦ୍ରରେ ଭାସି ଚାଲିଥିଲେ । ଦୀର୍ଘ 28 ଦିନର ଆଖିଆଅପିଆ ପରେ ତାଙ୍କ ସହ ଥିବା ତାଙ୍କ ବନ୍ଧୁଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ସେ ସମୁଦ୍ରରେ ଫୋପାଡି ଦେଇଥିଲେ । ତେବେ ସେ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ନୂଆ ଜୀବନ ପାଇଥିବା କହିଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଆଣ୍ଡାମାନ ନାବିକ ଙ୍କ ଘର ପ୍ରତ୍ୟାବର୍ତ୍ତନBody:ଆଣ୍ଡାମାନ ନିକୋବର ଦୀପ ରୁ ସମୁଦ୍ର ରେ ବୋଟ ମାଧ୍ୟମ ରେ ଭାସି ଆସି ପୁରୀ ବ୍ରହ୍ମଗିରି ଖିରି ସାହି ସମୁଦ୍ର କୂଳରେ ଲାଗିଥିଲେ ନାବିକ ଅମିତ କୁଜୁର। ଆଜି ସେ ନିଜ ଘର କୁ ବାହୁଡ଼ି ଛନ୍ତି। ପୁରୀ ଜିଲା ପ୍ରଶାସନ ପକ୍ଷରୁ ଏ ନେଇ ବ୍ୟବସ୍ଥା ହୋଇଛି। ସେ ଆଜି ଭୁବନେଶ୍ୱର ରୁ କୋଲକାତା ଏବଂ କୋଲକାତା ରୁ ପୋର୍ଟ ବ୍ଲେୟର ଫ୍ଲାଇଟ ଯୋଗେ ଯିବେ। ଏ ନେଇ ଟିକଟ ସମେତ ଆନୁଷଙ୍ଗିକ ବ୍ୟବସ୍ଥା ପୁରୀ ପୋଲିସ କରିଛି। ଜଣେ ପ୍ରଶାସନିକ ଅଧିକାରୀ ଅମିତ ଙ୍କ ସହ ଯାଇ କୋଲକାତା ବିମାନ ବନ୍ଦର ରେ ଛାଡିବେ। ଅଣ୍ଡାମାନ ରୁ ଆସିଥିବା ଅଧିକାରୀ ଙ୍କ ସହିତ ସେ ଫ୍ଲାଇଟ ରେ ଯିବେ। ଅନ୍ୟପଟେ ଅମିତ ପୁରୀ ବାସୀ ଓ ଜିଲା ପ୍ରଶାସନ କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି। ଏଠାରେ ସମୁଦ୍ର କୂଳରେ ଲାଗିବା ପରେ ସ୍ଥାନୀୟ ଲୋକ ରହିବାକୁ ସମେତ ଖାଇବାକୁ ଦେଇ ଥିଲେ। ପରେ ପ୍ରଶାସନ ଉଦ୍ଧାର କରି ଏକ ସେଲଟର ହୋମ ରେ ରଖିବା ସହ ସ୍ୱାସ୍ତ୍ୟ ପରୀକ୍ଷା କରିଥିଲେ। ତେବେ ଆଜି ସେ ଅଣ୍ଡାମାନ ଫେରିଛନ୍ତି। ଗତ 25 ତାରିଖରେ ଅମିତ ତାଂକ ବୋଟ ସହ ଆସି ବ୍ରାହ୍ମଗିରି ଖିରି ସାହି ନିକଟରେ ଲାଗିଥିଲେ। ଅମିତ ଙ୍କ କହିବା ଅନୁଯାୟୀ ସେ ଅଣ୍ଡାମାନ ରେ ବିଭିନ୍ନ ରାସନ ସାମଗ୍ରୀ ନେଇ ବିଭିନ୍ନ ଦୀପ କୁ ତାଂକ ବୋଟ ରେ ନେବା ଆଣିବା କରନ୍ତି। ତେବେ ସମୁଦ୍ର ରେ ଝଡ଼ ବାତ୍ୟା ର ସମ୍ମୁଖିନ ହୋଇ ଦିଶା ହୀନ ହୋଇ ସମୁଦ୍ର ରେ ଭାସି ଚାଲିଥିଲେ। ଦୀର୍ଘ 28 ଦିନ ହେବ ସେ ଆଖିଆ ଅପିଆ ଥିବା ବେଲେ କେବଳ ସମୁଦ୍ର ପାଣି ପିଇ ଜୀବନ ସହ ସଂଘର୍ଷ କରୁଥିଲେ। ତେବେ ଗତ 25 ତାରିଖରେ ସେ ବ୍ରହ୍ମଗିରି ଖିରି ସାହି ନିକଟରେ ଲାଗିଥିଲେ। ତେବେ ପ୍ରଭୂ ଜଗନ୍ନାଥ ଙ୍କ କୃପା ରୁ ନୂଆ ଜୀବନ ପାଇ ଥିବା କହିଥିଲେ।

ବାଇଟ,, 1,, ଚନ୍ଦନ କୁମାର ସାହୁ ,, ପୁରୀ ଜିଲା କ୍ରୀଡା ଅଧିକାରୀ
ବାଇଟ2,, ଅମିତ କୁଜୁର,, ଅଣ୍ଡାମାନ ନାବିକ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.