କଟକ: ପୁଣି ମହାନଦୀରେ ଫସିଲେ ହାତୀ । ନଦୀ ପାର ହେଉଥିବା ବେଳେ ଗଭୀର ପାଣିରେ ଫସି ରହିଛନ୍ତି ଦୁଇଟି ହାତୀ । ବାଙ୍କୀ-ଡମପଡା ଚନ୍ଦକା ଅଭୟାରଣ୍ୟ ପଟୁ ଏହି ଦୁଇ ହାତୀ ମହାନଦୀ ପାର୍ ହୋଇ ଆଠଗଡ ଶୁକାସନ ଜଙ୍ଗଲକୁ ଯାଉଥିଲେ । ଆଜି(ବୁଧବାର) ସକାଳୁ ପୁଣି ଚନ୍ଦକା ଅଭୟାରଣ୍ୟ ଜଙ୍ଗଲକୁ ଫେରୁଥିବା ବେଳେ ଏହି ଦୁଇ ହାତୀ ମହାନଦୀରେ ଫସି ଯାଇଛନ୍ତି । ଘଟଣାସ୍ଥଳରେ ଭଗିପୁର ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ହାତୀମାନେ ସୁରକ୍ଷିତ ଅବସ୍ଥାରେ ଥିବା ଜଣାପଡ଼ିଛି । ସେମାନଙ୍କୁ କୂଳକୁ ଆଣିବା ପାଇଁ ଉଦ୍ୟମ ଚାଲିଛି ।
ମହାନଦୀରେ ଫସିଛନ୍ତି ଦୁଇ ହାତୀ, ନଜର ରଖିଛି ବନ ବିଭାଗ
ନଦୀ ପାର ହେଉଥିବା ବେଳେ ମହାନଦୀରେ ଫସିଲେ ଦୁଇ ହାତୀ । ଅଧିକ ପଢନ୍ତୁ