ETV Bharat / city

ବୋର୍ଡର ନିଷ୍ପତ୍ତିକୁ ନିନ୍ଦା: ପରିଵର୍ତ୍ତନ ନହେଲେ ଘେରାଉ ନିଶ୍ଚିତ - student teacher guardian united forum press meet

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବୋର୍ଡ ପରୀକ୍ଷାରେ ସଂସ୍କାର ବ୍ୟବସ୍ଥା ଏକ ତରଫା ନିଷ୍ପତ୍ତି । ଏନେଇ ଛାତ୍ର ,ଶିକ୍ଷକ, ଅଭିଭାବକ ଓ ବୁଦ୍ଧିଜୀବୀ ମିଳିତ ମଞ୍ଚ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଅଧିକ ପଢନ୍ତୁ

ବୋର୍ଡର ନିଷ୍ପତ୍ତିକୁ ନିନ୍ଦା :ପରିଵର୍ତ୍ତନ ନହେଲେ ଘେରାଉ ନିଶ୍ଚିତ

author img

By

Published : Nov 28, 2021, 7:52 PM IST

କଟକ: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବୋର୍ଡ ପରୀକ୍ଷାରେ ସଂସ୍କାର ବ୍ୟବସ୍ଥା ଏକତରଫା ନିଷ୍ପତ୍ତି । ଏନେଇ ଛାତ୍ର, ଶିକ୍ଷକ, ଅଭିଭାବକ ମିଳିତ ମଞ୍ଚ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ମାଧ୍ୟମିକ ଶିକ୍ଷା ପରିଷଦ ଗୋଟିଏ ପରୀକ୍ଷା ପରିବର୍ତ୍ତେ ନବମ, ଦଶମ ଶ୍ରେଣୀରେ ୪ଟି ପରୀକ୍ଷା ଲାଗୁ କରିଛି । ଏହି ବ୍ୟବସ୍ଥା ଦ୍ୱାରା ଛାତ୍ରଛାତ୍ରୀ ବହୁ ସମସ୍ୟାର ସମ୍ମୁଖୀନ ହେବେ ବୋଲି ଛାତ୍ର, ଶିକ୍ଷକ, ଅଭିଭାବକ ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି ।

ବୋର୍ଡର ନିଷ୍ପତ୍ତିକୁ ନିନ୍ଦା :ପରିଵର୍ତ୍ତନ ନହେଲେ ଘେରାଉ ନିଶ୍ଚିତ

ଡିସେମ୍ବର ୮ରେ ବୋର୍ଡର କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସମେତ ୪ଟି ଜୋନ କାର୍ଯ୍ୟାଳୟ ଘେରାଉ କରିବ ମଞ୍ଚ। ବୋର୍ଡ କିମ୍ବା ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଏଥି ସହିତ ଜଡିତ ଶିକ୍ଷକ ସଂଗଠନ, ଛାତ୍ର ସଂଗଠନ ଓ ଅଭିଭାବକ ସଂଘ ସହ ଆଲୋଚନା କରିବା ଉଚିତ। ନୂଆ ପଦ୍ଧତି ଅନୁଯାୟୀ ନବମ ଓ ଦଶମ ଶ୍ରେଣୀରେ ୪ଟି ଫରମେଟିଭ ଆସେସମେଣ୍ଟ ଓ ୨ଟି ସମେଟିଭ ଆସେସମେଣ୍ଟ ବ୍ୟବସ୍ଥା କରାଯାଇଛି ।

ଗୋଟିଏ ଶିକ୍ଷା ବର୍ଷରେ ଦୁଇଟି ବୋର୍ଡ ପରୀକ୍ଷା ଯଥାର୍ଥ ନୁହେଁ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି । ଏହାସହ ଦ୍ୱିତୀୟ ବୋର୍ଡ ପରୀକ୍ଷାରେ ସମ୍ପୂର୍ଣ୍ଣ ପାଠ୍ୟଖସଡ଼ାରୁ ପ୍ରଶ୍ନ ଆସିବା ଛାତ୍ରଛାତ୍ରୀଙ୍କ ପାଇଁ ବୋଝ ପାଲଟିବ। ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ପରିବର୍ତ୍ତିତ ପରୀକ୍ଷା ଢାଞ୍ଚାରେ ପ୍ରତ୍ୟାହାର କରନ୍ତୁ ବୋଲି ମଞ୍ଚ ପକ୍ଷରୁ ଦାବି ହୋଇଛି।

କଟକରୁ ପ୍ରଭୁ କଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.