କଟକ: କାକଟପୁର ମା ମଙ୍ଗଳା ମନ୍ଦିର ଓ କେନ୍ଦ୍ରାପଡା ବଳଦେବଜୀଉ ମନ୍ଦିରର ସେବାୟତଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପାର୍ଥନା କରି ରୁଜୁ ହୋଇଥିବା ପୃଥକ ପୃଥକ ମାମଲାରେ ରାଜ୍ୟ ସରକାର ଜବାବ ଦାଖଲ କରିଛନ୍ତି । ଦୁଇଟି ଯାକ ମାମଲାରେ ସେବାୟତ ମାନେ ମାମଲା ଦାୟର କରିଥିବା ବେଳେ ଖୁବଶୀଘ୍ର ମନ୍ଦିର ଖୋଲିବାକୁ ପାର୍ଥନା କରାଯିବା ସହ ମନ୍ଦିର ଖୋଲାଯିବା ପର୍ଯ୍ୟନ୍ତ ସେବାୟତଙ୍କୁ ମାସିକ ୧୫ ହଜାର ଲେଖାଏଁ ଦେବାକୁ ଆବେଦନ କରିଥିଲେ ।
ରାଜ୍ୟ ସରକାର ଦାଖଲ କରିଥିବା ଜବାବରେ ଦର୍ଶାଯାଇଛି ଯେ ସମ୍ବିଧାନର ୨୭ ଧାରା ଅନୁଯାୟୀ ରାଜ୍ୟ ସରକାର କୌଣସି ଆର୍ଥିକ ସହାୟତା ପ୍ରଦାନ କରିପାରିବେ ନାହିଁ । ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ସେବାୟତଙ୍କୁ ମିଳିଥିବା ଆର୍ଥିକ ସହାୟତା ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ପରିଚାଳନା ଆକ୍ଟ ଅନୁଯାୟୀ ଏକ ଇନ୍ସୁରାନ୍ସ ସ୍କିମ ଜରିଆରେ ପ୍ରଦାନ କରାଯାଇଛି। ତେବେ ଏହି ମାମଲାରେ ଦେବୋତ୍ତର କମିଶନ ଓ ଦୁଇ ମନ୍ଦିର ଟ୍ରଷ୍ଟ ବୋର୍ଡ ନିଜ ନିଜର ପକ୍ଷ ରଖିବା ପାଇଁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଅକ୍ଟୋବର ୫ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ