କଟକ: ଓଡିଶାର ବିଭିନ୍ନ ବିଶ୍ବବିଦ୍ୟାଳୟରେ ପୂରଣ ହେବ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ । ଏନେଇ 504 ଟି ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ବାହାରିଛି ବିଜ୍ଞପ୍ତି । 504 ଟି ପଦବୀ ମଧ୍ୟରେ 148 ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।
ବିଭିନ୍ନ ବିଷୟରେ ନିଯୁକ୍ତ ହେବେ ଏହି ଅଧ୍ୟାପକ ଓ ଅଧ୍ୟାପିକା । ଏନେଇ ଫେବୃଆରୀ 15ରୁ ମାର୍ଚ୍ଚ 14 ମଧ୍ୟରେ ଆବେଦନ କରିହେବ । ଓଡିଶା ଲୋକସେବା ଆୟୋଗ ପକ୍ଷରୁ ଏହି ନିଯୁକ୍ତି ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ