ETV Bharat / city

ରାଜ୍ୟ ସରକାରଙ୍କ ଉପହାର, ପଞ୍ଜିକୃତ ହକରଙ୍କୁ ଦିଆଗଲା ପରିଚୟ ପତ୍ର

author img

By

Published : Jan 5, 2022, 4:57 PM IST

Updated : Jan 5, 2022, 7:52 PM IST

କଟକରେ ହକରଙ୍କୁ ପରିଚୟ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଆଜି(ବୁଧବାର) ପଞ୍ଜିକୃତ ହକର ମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

ରାଜ୍ୟ ସରକାରଙ୍କ ଉପହାର : ପଞ୍ଜିକୃତ ହକରଙ୍କୁ ଦିଆଗଲା ପରିଚୟ ପତ୍ର

କଟକ: ସିଲଭର ସିଟିରେ ହଜାରରୁ ଉର୍ଦ୍ଧ୍ବ ହକରଙ୍କୁ ପରିଚୟ ପତ୍ର ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ପ୍ରଥମେ 6 ହଜାର ଲେଖାଏଁ ଆର୍ଥିକ ସହାୟତା ଯୋଗାଇବା ପରେ ଆଜି(ବୁଧବାର) ପଞ୍ଜିକୃତ ହକର ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି । ରାଜ୍ୟ ଲୋକ ସମ୍ପର୍କ ବିଭାଗ ସଚିବ ବିଷ୍ଣୁପଦ ସେଠୀ ଓ ରାଜ୍ୟ ସରକାରଙ୍କ ମିଡିଆ ଆଡ଼ଭାଇଜର ମାନସ ମଙ୍ଗରାଜ ପଞ୍ଜିକୃତ ହକରଙ୍କୁ ସେମାନଙ୍କ ପରିଚୟପତ୍ର ପ୍ରଦାନ କରିଛନ୍ତି।

ରାଜ୍ୟ ସରକାରଙ୍କ ଉପହାର, ପଞ୍ଜିକୃତ ହକରଙ୍କୁ ଦିଆଗଲା ପରିଚୟ ପତ୍ର

ରାଜ୍ୟରେ ହକରଙ୍କ ବିକାଶ ପାଇଁ ଏହି ପଦକ୍ଷେପ ନେଇଛନ୍ତି ସରକାର । କାରଣ ଖରା, ବର୍ଷା, ଶୀତ କାକର ସବୁ ସମୟରେ ଲୋକଙ୍କ ପାଖରେ ଖବର କାଗଜ ପହଞ୍ଚାଇବା ଭଲି କାର୍ଯ୍ୟ କରିଆସୁଛନ୍ତି । ବିଶେଷ କରି କୋଭିଡ କାଳରେ ମଧ୍ୟ କର୍ତ୍ତବ୍ୟ ଜାରି ରଖିଥିବାରୁ ସରକାର ଏଭଳି ନିଷ୍ପତି ନେଇଛନ୍ତି । ତେବେ ଏନେଇ ବେଶ ଖୁସି ଜାହିର କରିଛନ୍ତି ହକର।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jan 5, 2022, 7:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.