ETV Bharat / city

ମହାନଦୀ ବଞ୍ଚାଅ ଆନ୍ଦୋଳନର ଜଳ ସତ୍ୟାଗ୍ରହ

କଟକରେ ମହାନଦୀ ଜଳ ବଞ୍ଚାଅ ଆନ୍ଦୋଳନର ଜଳ ସତ୍ୟାଗ୍ରହ । ଟ୍ରିବ୍ୟୁନାଲ ଓ ଏହାର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ ଆନ୍ଦୋଳନ କରିଛି ସଙ୍ଘ । ଅଧିକ ପଢନ୍ତୁ...

ମହାନଦୀ ବଞ୍ଚାଅ ଆନ୍ଦୋଳନର ଜଳ ସତ୍ୟାଗ୍ରହ
ମହାନଦୀ ବଞ୍ଚାଅ ଆନ୍ଦୋଳନର ଜଳ ସତ୍ୟାଗ୍ରହ
author img

By

Published : Apr 10, 2021, 7:37 PM IST

କଟକ: ମହାନଦୀ ଜଳ ବିବାଦକୁ ନେଇ ଗଠିତ ଟ୍ରିବ୍ୟୁନାଲ ଓ ଏହାର କାର୍ଯ୍ୟଶେଳୀ ଉପରେ ପ୍ରଶ୍ନ ଉଠାଇଲା ମହାନଦୀ ବଞ୍ଚାଅ ଆନ୍ଦୋଳନ । ଟ୍ରିବ୍ୟୁନାଲ କୌଣସି ଠୋସ୍ ଅନ୍ତରୀଣ ନିର୍ଦ୍ଦେଶ ଦେଉନଥିବାରୁ ମହାନଦୀ ଜଳ ବିବାଦ ସମାଧାନ ଦିଗକୁ ଆଗଉ ନାହିଁ । ଅନ୍ୟପଟେ ଜଳ ସମ୍ପଦ ଦୃଷ୍ଟିରୁ ଓଡିଶା କ୍ଷତିଗ୍ରସ୍ତ ହେବାରେ ଲାଗିଛି ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ଅଭିଯୋଗ କରିଛି । ଏନେଇ ଦୃଷ୍ଟି ଆକର୍ଷଣ କରିବା ପାଇଁ ଆଜି(ଶନିବାର) କଟକ ସମେତ ରାଜ୍ୟର ଏକାଧିକ ସ୍ଥାନରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ଜଳ ସତ୍ୟାଗ୍ରହ କରିଛି ।

ମହାନଦୀ ବଞ୍ଚାଅ ଆନ୍ଦୋଳନର ଜଳ ସତ୍ୟାଗ୍ରହ

ଛତିଶଗଡ ଓ ଓଡିଶା ମଧ୍ୟରେ ଉପୁଜିଥିବା ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଗତ ତିନି ବର୍ଷ ହେବ ଟ୍ରିବ୍ୟୁନାଲରେ ଚାଲିଛି । ମାତ୍ର ଗତ ତିନି ବର୍ଷ ଭିତରେ କଲମା ବ୍ୟାରେଜ ଯୋଗୁଁ ଓଡ଼ିଶାର ଜୀବନ ରେଖା କୁହାଯାଉଥିବା ମହାନଦୀରେ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି । ମହାନଦୀ ବଞ୍ଚାଅ ଆନ୍ଦୋଳନ ସଙ୍ଗଠନ ଏଥିପାଇଁ ଜଳ ବିବାଦ ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲକୁ ଦାୟୀ କରିଛି । ଟ୍ରିବ୍ୟୁନାଲ କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆଜି କଟକ ସମେତ ଏକାଧିକ ସ୍ଥାନରେ ଜଳ ସତ୍ୟାଗ୍ରହ କରାଯାଇଛି ।

ତେବେ ମହାନଦୀ ବଞ୍ଚାଅ ଆନ୍ଦୋଳନ ବ୍ୟାନରରେ କଟକର ଯୋବ୍ରା ବ୍ୟାରେଜ ନିକଟରେ ବିଭିନ୍ନ ବର୍ଗର ଲୋକ ଜଳ ସତ୍ୟାଗ୍ରହରେ ଯୋଗ ଦେଇଥିଲେ । ମହାନଦୀର କୂଳେ କୂଳେ ଅନ୍ୟ ସ୍ଥାନଗୁଡିକରେ ଯଥା ପାରାଦ୍ୱୀପ, ବାଙ୍କୀ, ବୈଦେଶ୍ଵର, ଆଠଗଡ, କରବର, କଣ୍ଟିଲୋ, ବୌଦ୍ଧ, ସୋନପୁର, କନକତରା ଓ ବରଗଡ଼ ଆଦି ସ୍ଥାନରେ ମଧ୍ୟ ମହାନଦୀ ବଞ୍ଚାଅ ଆନ୍ଦୋଳନର ସାଥୀମାନେ ଅନୁରୂପ ଭାବେ ଜଳ ସତ୍ୟାଗ୍ରହ କରିଛନ୍ତି । ମହାନଦୀ ବଞ୍ଚାଅ ଆନ୍ଦୋଳନର ଅଭିଯୋଗ ଅନୁସାରେ ମହାନଦୀ ଟ୍ରିବ୍ୟୁନାଲରେ ୨୦ଟି ଶୁଣାଣି ପରେ ମଧ୍ୟ ଆଜିଯାଏଁ କୌଣସି ଗୁରୁତ୍ବପୂର୍ଣ୍ଣ ଅନ୍ତରୀଣ ନିର୍ଦ୍ଦେଶ ଆସିନାହିଁ । ଛତିଶଗଡରେ ମହାନଦୀ ଉପରେ ନିର୍ମିତ ବେଆଇନ ପ୍ରକଳ୍ପଗୁଡିକରେ ରୋକ ଲାଗିଲା ନାହିଁ l ଅଣ ମୌସୁମୀ ସମୟରେ ଓଡିଶା ଏବଂ ହୀରାକୁଦ ପାଇଁ ଯେତିକି ପରିମାଣର ପାଣିର ଆବଶ୍ୟକତା ଅଛି, ସେଥିପ୍ରତି ଟ୍ରିବ୍ୟୁନାଲ ଦୃଷ୍ଟି ଦେଲେ ନାହିଁ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ଅଭିଯୋଗ କରିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.