କଟକ: ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନକୁ ପୂରିବ 100 ବର୍ଷ । ଚଳିତ ବର୍ଷ ମାର୍ଚ୍ଚ 23ରେ ଗାନ୍ଧୀଙ୍କ ଓଡିଶା ଗସ୍ତକୁ ପୂରିବ ଶତବାର୍ଷିକ । ଏହି ଦିନକୁ ବେଶ ଧୁମଧାମରେ ପାଳନ କରିବା ପାଇଁ କଟକ ହେଉଛି ସଜବାଜ । ଏନେଇ ଆଜି ହୋଇଥିବା ସର୍ବଦଳୀୟ ବୈଠକରେ କିପରି ଏହି ଦିନକୁ ପାଳନ କରାଯିବ ସେନେଇ ମତ ସାଉଁଟିଛନ୍ତି ସାଂସଦ ଭତୃହରି ମହତାବ ।
ଏହି ଦିନକୁ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ କିଛି ଖସଡ଼ା ପ୍ରସ୍ତୁତ ହେଉଛି । ଯାହା ଦ୍ବାରା ଗାନ୍ଧୀଙ୍କ ଓଡିଶା ପ୍ରେମକୁ ଆହୁରି ଉଦଭାସିତ କରିହେବ ବୋଲି କହିଛନ୍ତି ସାଂସଦ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ