ETV Bharat / city

କାଞ୍ଜିଆ ହୁଦା ନାଁରେ ଗୋଚାଲାଣ ଅଭିଯୋଗ - ଗୋଚାଲାଣ ଅଭିଯୋଗ

କାଞ୍ଜିଆ ହୁଦା ନାଁରେ ଗୋଚାଲାଣ ଅଭିଯୋଗ । ଗାଈ ଗୋରୁଙ୍କୁ ଆଣି ରଖିବା ବଦଳରେ ବିକ୍ରି କରି ଦେଉଛନ୍ତି । ଅଧିକ ପଢ଼ନ୍ତୁ

କାଞ୍ଜିଆ ହୁଦା ନାଁରେ ଗୋଚାଲାଣ ଅଭିଯୋଗ
କାଞ୍ଜିଆ ହୁଦା ନାଁରେ ଗୋଚାଲାଣ ଅଭିଯୋଗ
author img

By

Published : May 19, 2022, 8:47 PM IST

କଟକ : କଟକ ମହାନଗର ନିଗମ କାଞ୍ଜିଆ ହୁଦାରେ ଗାଈ ଷଣ୍ଢକୁ ବିକ୍ରି ହେଉଥିବା ନେଇ ଅଭିଯୋଗ ଆସିଛି । ଏଭଳି ସଂଗୀନ ଅଭିଯୋଗ କରିଛନ୍ତି ହିନ୍ଦୁ ସେନା ଏବଂ ସ୍ଥାନୀୟ ଲୋକ । ସତୀଚଉରା ନିକଟରେ କାଞ୍ଜିଆ ହୁଦାର କର୍ମଚାରୀ ବୁଲା ଗାଈ ଗୋରୁଙ୍କୁ ଆଣି ରଖିବା ବଦଳରେ ବିକ୍ରି କରି ଦେଉଛନ୍ତି । ସହରର ଟ୍ରାଫିକ ସମସ୍ୟାକୁ ଏଡ଼ାଇବା ପାଇଁ ମହାନଗର ନିଗମ ପକ୍ଷରୁ ବୁଲା ଗାଈ ଗୋରୁଙ୍କୁ ଗାଡି ଯୋଗେ ଆଣି କାଞ୍ଜିଆ ହୁଦାରେ ରଖାଯାଇଥାଏ ।

କାଞ୍ଜିଆ ହୁଦା ନାଁରେ ଗୋଚାଲାଣ ଅଭିଯୋଗ
ଯଦି କୌଣସି ଘରୋଇ ଲୋକଙ୍କ ଗାଈ ଗୋରୁ କାଞ୍ଜିଆ ହୁଦାକୁ ଜିଲ୍ଲା ପ୍ରଶାସନ ଆଣିଥାଏ ତେବେ ସେହି ଗାଈର ମାଲିକ ପରିଚୟ ଦେଖାଇ ୩ଶହ ଟଙ୍କାର ଫାଇନ ଦେଇ ନିଜ ଗାଈ ନେଇ ପାରିବାର ନିୟମ ରହିଛି । ହେଲେ ଗତ ଦୁଇ ଦିନ ତଳେ ଦରଘା ବଜାର ଅଞ୍ଚଳରୁ ୮ଟି ଗାଈ ଏବଂ ଷଣ୍ଢ ମହାନଗର ନିଗମ ଉଠାଇ ଆଣିଥିବା ବେଳେ ଆଜି କିନ୍ତୁ କାଞ୍ଜିଆ ହୁଦାରେ ୨ଟି ଗାଈ ଏବଂ ଦୁଇଟି ଷଣ୍ଢ ନଥିବା ଦେଖିବାକୁ ମିଳିଥିଲା, ଯାହାକୁ ନେଇ କାଞ୍ଜିଆ ହୁଦା ସମୁଖରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।

ଗାଈ ଷଣ୍ଢ ବିକ୍ରି ଘଟଣାରେ କାଞ୍ଜିଆ ହୁଦାର କର୍ମଚାରୀ ସମ୍ପୃକ୍ତି ରହିଛି ବୋଲି ଅଭିଯୋଗ ହୋଇଛି । ସେପଟେ ଏହି ଅଭିଯୋଗରେ କୌଣସି ସତ୍ୟତା ନାହିଁ ଏକ ଆଶ୍ରମକୁ ଦିଆଯାଇଥିବା କହିଛନ୍ତି କାଞ୍ଜିଆ ହୁଦାର କର୍ମଚାରୀ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.