କଟକ : ପୋଲିସ ଉପରକୁ ବୋମାମାଡ଼ କରି ଚମ୍ପଟ ମାରିଲା ଦୁର୍ବୃତ୍ତ। ଖୁଣ୍ଟୁଣି ଥାନା ଡାଳଭାଗ ଗାଁରେ ଘଟିଛି ଅଘଟଣ। ବୋମାମାଡ଼ରେ ଜଣେ କନେଷ୍ଟବଳ ଆହତ ହୋଇଥିବା ଜଣାପଡିଛି । ଆହତ କନେଷ୍ଟବଳଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଉତ୍ତେଜନା ଲାଗି ରହିଥିବାରୁ ଘଟଣାସ୍ଥଳରେ ଚୌଦ୍ବାର ଏସଡିପିଓ, ଜଣେ ଆଇଆଇସି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏକ ସିମେଣ୍ଟ କାରଖାନାକୁ ବିଦ୍ୟୁତ ତାର ସଂଯୋଗକୁ ନେଇ ଏଭଳି ଘଟିଥିବା ଜଣାପଡିଛି। ଟାଓ୍ବାର ଲାଇନ ତାର ଟଣା ହେବା ସମୟରେ କ୍ଷତିପୂରଣ ନ ମିଳିବାରୁ ଏଭଳି ଘଟଣା ଘଟିଥିବା ଜଣାପଡିଛି। ଆଜି ପୋଲିସ ଉପସ୍ଥିତିରେ ତାର ଟଣା ଯାଉଥିଲା ।
ଯେଉଁ ଚାଷୀଙ୍କ ଜମି ଉପରେ ତାର ଟଣା ଯାଉଥିଲା, ସେମାନେ ଏହାକୁ ବିରୋଧ କରିଥିଲେ । ତେବେ କ୍ଷତିପୂରଣ ନଦେଇ ତାର ଟଣା ଯାଉଥିବାରୁ ଚାଷୀମାନେ ଏହାକୁ ବିରୋଧ କରିବା ସହ କ୍ଷତିପୂରଣ ମାଗିଥିଲେ । ତେବେ ବୋମାମାଡ଼ ଘଟଣାକୁ ଖଣ୍ଡନ କରିଛନ୍ତି ଗ୍ରାମବାସୀ। ଜୋର ଜବରଦସ୍ତ ସେମାନଙ୍କୁ ହଇରାଣ କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ