ETV Bharat / city

ବିଶ୍ବ ପର୍ଯ୍ୟଟନ ଦିବସ: ରାଜଧାନୀ ରାସ୍ତାରେ କଳା ଓ ସଂସ୍କୃତି ପ୍ରଦର୍ଶନ

ବିଶ୍ବ ପର୍ଯ୍ୟଟନ ଦିବସରେ ଉତ୍ସବମୁଖର ହୋଇ ଉଠିଛି ରାଜଧାନୀର ରାଜରାସ୍ତା । ଚଳିତ ବର୍ଷ ଓଡିଶାର କଳା ଓ ସଂସ୍କୃତିକୁ ଲୋକଙ୍କ ଅଧିକ ନିକଟତର କରିବା ସହ ଏହାର ସୁରକ୍ଷାକୁ ଗୁରୁତ୍ବ ଦେଇ ମାଷ୍ଟରକ୍ୟାଣ୍ଟିନଠାରୁ ଏକାମ୍ର ହାଟ ପର୍ଯ୍ୟନ୍ତ ବାହାରିଥିଲା ଏକ ରାଲି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 27, 2019, 10:40 AM IST

ଭୁବନେଶ୍ବର: ବିଶ୍ବ ପର୍ଯ୍ୟଟନ ଦିବସରେ ଉତ୍ସବମୁଖର ହୋଇ ଉଠିଛି ରାଜଧାନୀର ରାଜରାସ୍ତା । ପାରମ୍ପରିକ ବାଦ୍ୟର ତାଳେ ତାଳେ ପାରମ୍ପରିକ ନୃତ୍ୟ । ଆଉ ତା’ ସହିତ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳକୁ ସୁରକ୍ଷିତ ରଖିବା ପାଇଁ ସୁନ୍ଦର ସୁନ୍ଦର ବାର୍ତ୍ତା । ପ୍ରତିବର୍ଷ ସେପ୍ଟେମ୍ବର 27ରେ ବିଶ୍ବ ପର୍ଯ୍ୟଟନ ଦିବସ ପାଳନ ହେଉଥିବା ବେଳେ ରାଜଧାନୀରେ ପ୍ରତିବର୍ଷ ରାଜଧାନୀରେ ଏହି ଅବସରରେ ଦେଖିବାକୁ ମିଳେ କିଛି ଭିନ୍ନ ।

ଚଳିତ ବର୍ଷ ଓଡିଶାର କଳା ଓ ସଂସ୍କୃତିକୁ ଲୋକଙ୍କ ଅଧିକ ନିକଟତର କରିବା ସହ ଏହାର ସୁରକ୍ଷାକୁ ଗୁରୁତ୍ବ ଦେଇ ମାଷ୍ଟରକ୍ୟାଣ୍ଟିନଠାରୁ ଏକାମ୍ର ହାଟ ପର୍ଯ୍ୟନ୍ତ ବାହାରିଥିଲା ଏକ ରାଲି । ଯେଉଁଥିରେ ଯୋଗ ଦେଇଥିଲେ ରାଜଧାନୀର ବିଭିନ୍ନ ଟୁରିଜିମ୍‌ କଲେଜ ଛାତ୍ରଛାତ୍ରୀ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଭାବେ ରାଜ୍ୟର ପ୍ରଖ୍ୟାତ ଘୋଡାନାଚ, ବାଘନାଚ, ସମ୍ବଲପୁରୀ ନାଚ ଓ ଆଦିବାସୀଙ୍କ ଢେମସା ନାଚ ଆଦି ପରିବେଷଣ କରାଯାଇଛି । ତେବେ ସବୁଠାରୁ ବଡ କଥା ହେଉଛି କି ଅନେକ ଲୋକେ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରିବାରେ ସାହାଯ୍ୟ କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଓଡ଼ିଶା ର ପାରମ୍ପରିକ ନାଚ ଗୀତ ରେ ଦୁଲୁକି ଉଠିଲା ରାଜଧାନୀ।

ଆଜି ହେଉଛି ୱାଲଡ଼ ଟୁରିଯିମ ଡେ। ପ୍ରତି ବର୍ଷ ଭଳି ସେପ୍ଟେମ୍ବର 27 କୁ ୱାଲଡ଼ ଟୁରିଯିମ ଡେ ଭାବରେ ପାଳନ କରି ଆସୁଥିବା ବେଳେ ରାଜଧାନୀ ଭୁବନେଶ୍ବର ଏହାର ଝଲକ ଦେଖୀବା କୁ ମିଳିଛି। ଲୋକଙ୍କୁ ଓଡିଶା ର କଳା ଓ ସଂସ୍କୃତି ବିଷୟରେ ଅବଗତ କରାଇବା ପାଇଁ ଆଜି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟି ଠାରୁ ଏକମ୍ବ୍ରା ପର୍ଯ୍ୟନ୍ତ ଏକ ରାଲି ବାହାରିଥିଲା। ଯୋଉଥିରେ ଶହ ଶହ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ଅନ୍ୟ ପଟେ ଓଡ଼ିଶାର ଘୋଡ଼ା ନାଚ, ବାଘ ନାଚ ଠାରୁ ସମ୍ଭଲପୁରୀ , ଆଦିବାସୀ ଙ୍କ ଢେମସା ନାଚ ଆଦି ଦେଖିବା କୁ ମିଳିଥିଲା। Body:ଓଡ଼ିଶା ର ପାରମ୍ପରିକ ନାଚ ଗୀତ ରେ ଦୁଲୁକି ଉଠିଲା ରାଜଧାନୀ।

ଆଜି ହେଉଛି ୱାଲଡ଼ ଟୁରିଯିମ ଡେ। ପ୍ରତି ବର୍ଷ ଭଳି ସେପ୍ଟେମ୍ବର 27 କୁ ୱାଲଡ଼ ଟୁରିଯିମ ଡେ ଭାବରେ ପାଳନ କରି ଆସୁଥିବା ବେଳେ ରାଜଧାନୀ ଭୁବନେଶ୍ବର ଏହାର ଝଲକ ଦେଖୀବା କୁ ମିଳିଛି। ଲୋକଙ୍କୁ ଓଡିଶା ର କଳା ଓ ସଂସ୍କୃତି ବିଷୟରେ ଅବଗତ କରାଇବା ପାଇଁ ଆଜି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟି ଠାରୁ ଏକମ୍ବ୍ରା ପର୍ଯ୍ୟନ୍ତ ଏକ ରାଲି ବାହାରିଥିଲା। ଯୋଉଥିରେ ଶହ ଶହ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ଅନ୍ୟ ପଟେ ଓଡ଼ିଶାର ଘୋଡ଼ା ନାଚ, ବାଘ ନାଚ ଠାରୁ ସମ୍ଭଲପୁରୀ , ଆଦିବାସୀ ଙ୍କ ଢେମସା ନାଚ ଆଦି ଦେଖିବା କୁ ମିଳିଥିଲା। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.