ETV Bharat / city

ଦଳିତ ଓ ମହିଳାଙ୍କ ଉପରେ ଅତ୍ୟାଚାର ବିରୋଧରେ ମହିଳା କଂଗ୍ରେସର ପ୍ରତିବାଦ - ନିରଞ୍ଜନ ପଟ୍ଟନାୟକ

ମହିଳା କଂଗ୍ରେସ ପକ୍ଷରୁ ଦଳିତ ଓ ମହିଳା ଉତ୍ପୀଡ଼ନ ଦିବସ ପାଳନ କରାଯାଇଛି। ଏନେଇ ମହିଳା କଂଗ୍ରେସ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଅଧିକ ପଢ଼ନ୍ତୁ...

congress
ଦଳିତ ଓ ମହିଳାଙ୍କ ଉପରେ ଅତ୍ୟାଚାର ବିରୋଧରେ ମହିଳା କଂଗ୍ରେସର ପ୍ରତିବାଦ
author img

By

Published : Nov 5, 2020, 5:31 PM IST

ଭୁବନେଶ୍ବର: ଭୁବନେଶ୍ବର କଂଗ୍ରେସ ଭବନ ସମ୍ମୁଖରେ ମହିଳା କଂଗ୍ରେସ ପକ୍ଷରୁ ଦଳିତ ଓ ମହିଳା ଉତ୍ପୀଡ଼ନ ଦିବସ ପାଳନ କରାଯାଇଛି। ରାଜ୍ୟରେ ଦିନକୁ ଦିନ ଦଳିତ ଓ ମହିଳାମାନଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ପାଉଛି। ଏହି ସମସ୍ୟାର ସମାଧାନ ଦିଗରେ ଉଭୟ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ କରିଛି ମହିଳା କଂଗ୍ରେସ। ଏହାର ବିରୋଧରେ ମହିଳା କଂଗ୍ରେସ ପକ୍ଷରୁ ଏକ ପ୍ରତିବାଦ ସଭା କରାଯାଇଛି।

ଦଳିତ ଓ ମହିଳାଙ୍କ ଉପରେ ଅତ୍ୟାଚାର ବିରୋଧରେ ମହିଳା କଂଗ୍ରେସର ପ୍ରତିବାଦ

ଉତ୍ପୀଡ଼ନର ଶିକାର ହେଉଥିବା ଦଳିତ ଓ ମହିଳାଙ୍କ ପାଇଁ ଥିବା ଆଇନ ବ୍ୟବସ୍ଥା ବିଷୟରେ ଅବଗତ କରାଇବା ଏହି ପ୍ରତିବାଦ ସଭାର ମୂଳ ଲକ୍ଷ୍ୟ। କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ବହୁ ବରିଷ୍ଠ କଂଗ୍ରେସ ନେତ୍ରୀ ଯୋଗ ଦେଇଥିଲେ। ଏହାସହ ରାଜ୍ୟ ସରକାରଙ୍କ ବିଭିନ୍ନ ବାଟମାରଣା ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଉପରେ ବିଷୋଦଗାର କରିଥିଲେ। ସରକାର କେବଳ କୁମ୍ଭୀର କାନ୍ଦଣା କାନ୍ଦୁଥିବା ନେଇ ଅଭିଯୋଗ ହୋଇଛି। ଦଳିତ ଓ ମହିଳା ଉତ୍ପୀଡ଼ନ ବନ୍ଦ କରିବାକୁ ଦାବି କରିଛି କଂଗ୍ରେସ । ଏହାସହ ଉତ୍ପୀଡ଼ନ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କଠୋର ଦଣ୍ଡ ବିଧାନ କରିବାକୁ ଦାବି ହୋଇଛି ।

କଂଗ୍ରେସର ଏହି ପ୍ରତିବାଦ ସଭାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ମଧ୍ୟ ଯୋଗ ଦେଇଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦଳିତ ଓ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ କୌଣସି ପଦକ୍ଷେପ ନେଉନ ଥିବା ସେ ଅଭିଯୋଗ କରିଛନ୍ତି। ଏଥିପାଇଁ ମହିଳା କଂଗ୍ରେସ ପକ୍ଷରୁ ଏହି ପ୍ରତିବାଦ ସଭା କରାଯାଇଛି ବୋଲି ସେ କହିଛନ୍ତି। ଏଥିପାଇଁ ଆଖି ଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗକୁ ଜୋରଦାର ଆନ୍ଦୋଳନ କରିବାକୁ ଧମକ ଦେଇଛି ମହିଳା କଂଗ୍ରେସ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.