ETV Bharat / city

ଆଜି ନୂଆଖାଇ, ମା ସମଲେଶ୍ବରୀଙ୍କ ନିକଟରେ ଲାଗି ହେବ ନବାନ୍ନ

ଆଜି କୃଷିଭିତ୍ତିକ ଗଣପର୍ବ ନୂଆଖାଇ । ଏଥିପାଇଁ ସମଗ୍ର ପଶ୍ଚିମ ଓଡିଶାର ପୁରପଲ୍ଲୀ ଉତ୍ସବମୁଖର । ଦୂରଦୂରାନ୍ତ ରହୁଥିବା ପରିବାର ଲୋକ ସହ ନୂଆଖାଇ ପାଳିବାକୁ ଗାଁ ମୁହାଁ ହୋଇଛନ୍ତି । ମା' ସମଲେଶ୍ବରୀଙ୍କ ପାଖରେ ଆଜି ଲାଗି ହେବ ନବାନ୍ନ ।

ଡିଜାଇନ ଫଟୋ
author img

By

Published : Sep 3, 2019, 8:22 AM IST

ଭୁବନେଶ୍ବର: ଆଜି କୃଷିଭିତ୍ତିକ ଗଣପର୍ବ ନୂଆଖାଇ । ଏଥିପାଇଁ ଚଳଚଞ୍ଚଳ ସାରା ରାଜ୍ୟ । ବିଶେଷ କରି ସମଗ୍ର ପଶ୍ଚିମ ଓଡିଶାର ପୁରପଲ୍ଲୀ ଉତ୍ସବମୁଖର ହୋଇଉଠିଛି । ଦେଶ ତଥା ବିଦେଶରେ ରହୁଥିବା ପଶ୍ଚିମ ଓଡିଶାର ଲୋକମାନେ ପରିବାର ସହ ନୂଆଖାଇ ପାଳିବାକୁ ଘରମୁହାଁ ହୋଇଛନ୍ତି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ପାଖରେ ବିଶେଷ ପୂଜାର୍ଚ୍ଚନା କରିଯିବା ପରେ ନବାନ୍ନ ଲାଗି ହେବ । ଏଥିପାଇଁ ଲଗ୍ନ ମଧ୍ୟ ନିର୍ଘଣ୍ଟ ହୋଇଛି ।

ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମୁଖିଆଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରିବେ । ଖାଇସାରିବା ପରେ ଘରର ବୟସ୍କମାନଙ୍କୁ ଭୂମିଷ୍ଠ ମାନେ ପ୍ରଣାମ କରି ଆଶୀର୍ବାଦ ଗ୍ରହଣ ନେବେ । ନୂଆଖାଇ ପାଇଁ ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ, ସୁବର୍ଣ୍ଣପୁର, ବରଗଡ, ଝାରସୁଗୁଡା, ନୂଆପଡା ସହ ସମଗ୍ର ପଶ୍ଚିମ ଓଡିଶା ଉତ୍ସବମୁଖର । ଆଜି ଭଳି ପବିତ୍ର ଦିନରେ ସମସ୍ତେ ନିଜ ପରିବାର ସହ ଏକାଠି ହୋଇଥାନ୍ତି, ଯାହା ଏହି ପର୍ବର ବିଶେଷତାକୁ ଦ୍ବିଗୁଣିତ କରିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.