ETV Bharat / city

ରାଜ୍ୟରେ 100 ପାର୍ କୋରୋନା ମୃତ୍ୟୁ ସଂଖ୍ୟା

ରାଜ୍ୟରେ ଅଣାୟତ୍ତ ସ୍ଥିତିରେ କୋରୋନା ସଂକ୍ରମଣ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ଆଜି ସେଞ୍ଚୁରୀ ମାରି 103ରେ ପହଞ୍ଚିଛି । ଅଧିକ ଖବର ପଢନ୍ତୁ...

ରାଜ୍ୟରେ 103  ଛୁଇଁଲା କୋରୋନା ମୃତ୍ୟୁ ସଂଖ୍ୟା
ରାଜ୍ୟରେ 103 ଛୁଇଁଲା କୋରୋନା ମୃତ୍ୟୁ ସଂଖ୍ୟା
author img

By

Published : Jul 21, 2020, 11:43 AM IST

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ ସ୍ଥିତିରେ କୋରୋନା ସଂକ୍ରମଣ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ଆଜି ସେଞ୍ଚୁରୀ ମାରି 103ରେ ପହଞ୍ଚିଛି । ଆଜି ଗୋଟିଏ ଦିନରେ 6 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ସେଥିମଧ୍ୟରୁ 58 ବର୍ଷୀୟ ପୁରୁଷ ଜଗତସିଂହପୁରର ହୋଇଥିବା ବେଳେ ସେ ଫୁସଫୁସ କ୍ୟାନସର ଥିଲା ବୋଲି ସୂଚନା ରହିଛି । ଅନ୍ୟପଟେ 75 ବର୍ଷୀୟ ପୁରୁଷ ଖୋର୍ଦ୍ଧା ଅଞ୍ଚଳର । ସେ ଅନ୍ୟ ରୋଗରେ ପୀଡିତ ଥିଲେ । ରାୟଗଡା ଜିଲ୍ଲାର 74 ବର୍ଷୀୟ ପୁରୁଷ ଉଚ୍ଚରକ୍ତଚାପରେ ପୀଡିତ ଥିବା ବେଳେ କୋରୋନାରେ ଆକ୍ରାନ୍ତ ହୋଇଥିଲେ।

ସେହିପରି କେନ୍ଦ୍ରାପଡାର 63 ବର୍ଷୀୟ ପୁରୁଷ ମଧ୍ୟ ମଧୁମେହ, ଉଚ୍ଚ ରକ୍ତଚାପ ଅନ୍ୟାନ୍ୟ ରୋଗରେ ପୀଡିତ ଥିଲେ । ଗଜପତିର 68 ବର୍ଷୀୟ ପୁରୁଷ ମଧୁମେହ ଓ ଉଚ୍ଚ ରକ୍ତଚାପ ଥିବାବେଳେ ସେ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଅନ୍ୟପଟେ ଜଣେ 26 ବର୍ଷୀୟ ଯୁବତୀ ଯିଏ କଟକର ବାସିନ୍ଦା ସେ ବି ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ ।

ତେବେ ଆଜିର ମୃତ୍ୟୁକୁ ମିଶାଇ ରାଜ୍ୟରେ 100 ପାର କରି 103ରେ ପହଞ୍ଚିଛି କୋରୋନା ମୃତ୍ୟୁ ସଂଖ୍ୟା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.