ଭୁବନେଶ୍ବର: ପରଲୋକରେ ରାଜ୍ୟପାଳ ଗଣେଣୀଲାଲଙ୍କ ପତ୍ନୀ ତଥା ରାଜ୍ୟ ପ୍ରଥମ ମହିଳା ସୁଶିଳା ଦେବୀ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଗତରାତିରେ ତାଙ୍କର ପରଲୋକ ହୋଇଥିବା ସୂଚନା ରହିଛି ।
ଗତ ନଭେମ୍ବର 1 ତାରିଖରେ ସେ କୋରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ତାଙ୍କ ମୃତଦେହକୁ ରାଜଭବନକୁ ଅଣାଯାଇଛି । ସେଠାରୁ ପୁରୀ ନିଆଯାଇ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ ସମ୍ପନ୍ନ କରାଯିବା ନେଇ ସୂଚନା ରହିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ