ଭୁବନେଶ୍ବର: ବିଧାନସଭାରେ ବିଜୁ ପକ୍କା ଘର ନିର୍ମାଣକୁ ନେଇ ଉଠିଲା ପ୍ରଶ୍ନ । ବିଗତ ୩ ବର୍ଷ ଭିତରେ ରାଜ୍ୟରେ କେତୋଟି ବିଜୁ ପକ୍କା ଘର ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ କେତୋଟି ଘର ଆବଣ୍ଟିତ ହୋଇଛି ଓ କେତୋଟି ଘର ସମ୍ପୂର୍ଣ୍ଣ ନିର୍ମାଣ ସରିଛି । ଏନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଜାଣିବାକୁ ଚାହିଁଥିଲେ । ଉତ୍ତର ଦେଇ ଗୃହ ନିର୍ମାଣ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଗତ ୩ ଟି ଆର୍ଥିକ ବର୍ଷରେ ଅଥାର୍ତ ୨୦୧୯-୨୦, ୨୦୨୦-୨୧ ଓ ୨୦୨୧-୨୨ ରେ ରାଜ୍ୟରେ ମୋଟ ୩ ହଜାର ୩୦୯ ଜଣ ହିତାଧୀକାରୀଙ୍କୁ ବିଜୁ ପକ୍କା ଘର ଆବଣ୍ଟନ କରାଯାଇଛି ।
ଆବଣ୍ଟିତ ହୋଇଥିବା ଘର ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୮୦ ଟି ଘର ସମ୍ପୂର୍ଣ୍ଣ ନିର୍ମାଣ ସରିଥିବା ବେଳେ ଆଉ ବଳକା ୨ ହଜାର ୯୨୯ ଟି ଘର ଅସମ୍ପୂର୍ଣ୍ଣ ରହିଛି । ଯାହାକୁ ୨୦୨୨-୨୩ ଆର୍ଥିକ ବର୍ଷରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ