ETV Bharat / city

'ରାଜ୍ୟ ସରକାର ଭାଟ୍‌ କମାଇଲେ ଦର ନିୟନ୍ତ୍ରଣ ହେବ' - ରାଜ୍ୟରେ ଦରଦାମ ବୃଦ୍ଧି ଖବର

ଦରଦାମ ବୃଦ୍ଧିକୁ ନେଇ ରାଜ୍ୟବାସୀ ଏକ ପ୍ରକାର ନୟାନ୍ତ ହୋଇ ସାରିଲେଣି । ସେପଟେ ରାଜ୍ୟ ସରକାର ଭାଟ୍‌(VAT) କମ କଲେ ଦରଦାମ ବୃଦ୍ଧି ନିୟନ୍ତ୍ରଣ ହେବା ନେଇ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି । ଅଧିକ ପଢ଼ନ୍ତୁ...

'ରାଜ୍ୟ ସରକାର ଭାଟ୍‌ କମାଇଲେ ଦର ନିୟନ୍ତ୍ରଣ ହେବ'

author img

By

Published : Oct 19, 2021, 9:55 PM IST

ଭୁବନେଶ୍ବର: ଦରଦାମ ବୃଦ୍ଧିକୁ ନେଇ ରାଜ୍ୟବାସୀ ଏକ ପ୍ରକାର ନୟାନ୍ତ ହୋଇ ସାରିଲେଣି । ପେଟ୍ରୋଲ, ଡିଜେଲ ଠାରୁ ଆରମ୍ଭ କରି ପନିପରିବା ଓ ଖାଉଟି ଦ୍ରବ୍ଯ ଦର ହୁହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ଦର ଉପରେ ସତେ ଯେମତି କାହା ନିୟନ୍ତ୍ରଣରେ ନାହିଁ । ଏହାକୁ ନେଇ ଶାସକ ଦଳ କେନ୍ଦ୍ରକୁ ଦୋଷ ଦେଉଛି । ସେପଟେ ରାଜ୍ୟ ସରକାର ଭାଟ୍‌(VAT) କମ କଲେ ଦରଦାମ ବୃଦ୍ଧି ନିୟନ୍ତ୍ରଣ ହେବା ନେଇ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି ।

'ରାଜ୍ୟ ସରକାର ଭାଟ୍‌ କମାଇଲେ ଦର ନିୟନ୍ତ୍ରଣ ହେବ'

ରାଜ୍ୟରେ ଦରଦାମ ବୃଦ୍ଧି ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି । ହେଲେ ଏ ଦାୟିତ୍ଵ କାହାର ବୋଲି ବିଜେପି ପ୍ରଶ୍ନ କରିଛି ? ଦରଦାମ୍ ବୃଦ୍ଧି ନିୟନ୍ତ୍ରଣରେ ରାଜ୍ୟ ସରକାରଙ୍କ ପ୍ରମୁଖ ଭୂମିକା ରହିଛି । କିନ୍ତୁ ଓଡ଼ିଶା ସରକାର ସେ ଭୂମିକା ଗ୍ରହଣ କରୁନାହାନ୍ତି । ବିଶେଷ କରି କଳାବଜାରୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ସରକାର ।

ହଜାର ହଜାର ସାମଗ୍ରୀ ମହଜୁଦ ଅଛି । ସବୁ କଳାବଜାରୀ ହେଉଛି । ରାଜ୍ୟ ସରକାରଙ୍କ ସିଭିଲ ସପ୍ଲାଇ ଡିପାର୍ଟମେଣ୍ଟ କ'ଣ କାମ କରୁଛି ବୋଲି କହିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ ପ୍ରଶ୍ନ କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.