ETV Bharat / city

ରେଳ ବଜେଟକୁ ନେଇ ରାଜ୍ୟ ବିଜେପି ଗଦଗଦ: ଧନ୍ୟବାଦ ଦେଲେ ସମୀର

ରାଜ୍ୟ ସରକାର ରେଳ ବଜେଟରେ ଓଡିଶା ପାଇଁ 7 ହଜାର 600 କୋଟି ଟଙ୍କା ମାଗିଥିଲେ । କିନ୍ତୁ କେନ୍ଦ୍ର ସରକାର 9 ହଜାର 734 କୋଟି ଟଙ୍କା ଦେଇଛନ୍ତି । ରେଳ ବଜେଟରେ ଓଡିଶାକୁ ମିଳିଥିବା ଅନୁଦାନକୁ ନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି ଏହା କହିଛନ୍ତି । ଅଧିକ ପଢନ୍ତୁ

ଧନ୍ୟବାଦ ଦେଲେ ସମୀର
ଧନ୍ୟବାଦ ଦେଲେ ସମୀର
author img

By

Published : Feb 3, 2022, 10:42 PM IST

ଭୁବନେଶ୍ବର: ରାଜ୍ୟ ସରକାର ରେଳ ବଜେଟରେ ଓଡିଶା ପାଇଁ 7 ହଜାର 600 କୋଟି ଟଙ୍କା ମାଗିଥିଲେ । କିନ୍ତୁ କେନ୍ଦ୍ର ସରକାର 9 ହଜାର 734 କୋଟି ଟଙ୍କା ଦେଇଛନ୍ତି । ରେଳ ବଜେଟରେ ଓଡିଶାକୁ ମିଳିଥିବା ଅନୁଦାନକୁ ନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି ଏହା କହିଛନ୍ତି ।

ଅର୍ଥାତ ରାଜ୍ୟ ସରକାର ପୁରୀ ଡାଲମା ମାଗିଥିବାବେଳେ ବୁନ୍ଦି ଓ ରସଗୋଲା ଠାରୁ ଆରମ୍ଭ କରି ସବୁ ଦେଇଛନ୍ତି କେନ୍ଦ୍ର ସରକାର । ଆଉ ଅବହେଳାର କଥା ରାଜ୍ୟ ସରକାର ଉଠାଇ ପାରିବେ ନାହିଁ । ବର୍ତ୍ତମାନ ସବକା ସାଥ, ସବକା ବିକାଶ, ସବକା ବିଶ୍ବାସ ଓ ସବକା ପ୍ରୟାସର ଆବଶ୍ୟକତା ଅଛି । ସମସ୍ତେ ମିଶି ପ୍ରୟାସ କରି ଓଡିଶାର ଅନୁନ୍ନତ ଜାଗା ଗୁଡିକ ପାଇଁ ଯେଉଁ ବଜେଟ କରାଯାଇଛି । ସେଥିପାଇଁ ଜମି ଅଧିଗ୍ରହଣ ରାଜ୍ୟ ସରକାର କରିବା ଦରକାର ।

ରେଳ ବଜେଟକୁ ନେଇ ରାଜ୍ୟ ବିଜେପି ଗଦଗଦ: ଧନ୍ୟବାଦ ଦେଲେ ସମୀର

ଯେମିତି ଖୋର୍ଦ୍ଧା - ବଲାଙ୍ଗୀର ଏସପିଭି ତିଆରି ହୋଇ ଅପରେଟ ହେଉଛି । ସେହିପରି ଦୀର୍ଘ ଦିନ ଧରି ପଡି ରହିଥିବା ଅନ୍ୟ ରେଳ ଲାଇନ ଗୁଡିକ ସମ୍ପୂର୍ଣ୍ଣ କରିବା ପାଇଁ କାର୍ଯ୍ୟକାରିତା କରିବା ଦରକାର । ରାଜ୍ୟ ସରକାର ସେଥିପ୍ରତି ପ୍ରାଧାନ୍ୟ ଦେବା ଦରକାର । ଏହାସହ ପୂର୍ବ ଭାରତର ବିକାଶ ପାଇଁ ଯେଉଁ ଅର୍ଥନୈତିକ କରିଡର ସହ ପୂର୍ବ ଭାରତର ବିକାଶ ପାଇଁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି । 2022-23 ବଜେଟରେ ଓଡିଶାକୁ ମିଳିଥିବା ଅନୁଦାନ ସର୍ବକାଳୀନ ସର୍ବାଧିକ । ଓଡିଶାରେ ରେଳ ସମ୍ପ୍ରସାରଣ ତଥା ଯାତ୍ରୀଙ୍କ ସୁବିଧା ପାଇଁ ବଜେଟର ବ୍ୟବସ୍ଥା କରାଯାଇଛି ।

ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟ ବିଜେପି ଧନ୍ୟବାଦ ଦେଉଛି ବୋଲି ସମୀର କହିଛନ୍ତି । ଓଡିଶା ପ୍ରତି କଂଗ୍ରେସର ଦୀର୍ଘ ଦିନ ଧରି ଅବହେଳା କରିଥିଲା । କିନ୍ତୁ ସାଢେ 7 ବର୍ଷ ଭିତରର ରେଳବାଇ କ୍ଷେତ୍ରରେ ଓଡିଶାକୁ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଦେଇଛନ୍ତି କେନ୍ଦ୍ର ସରକାର ବୋଲି ସମୀର ମହାନ୍ତି କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.