ଭୁବନେଶ୍ବର: ଚପଲ ଫିଙ୍ଗିବା ଘଟଣାରେ ପ୍ରତିକ୍ରିୟା ରଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛନ୍ତି, ଫୁଟେଜର ଯାଞ୍ଚ କରାଯାଉଛି। ଆଇନ ଅନୁସାରେ ପଦକ୍ଷେପ ନିଆଯିବ ।
ସେପଟେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଜୟନାରାୟଣ ମିଶ୍ର ଓ ବିଷ୍ଣୁ ଚରଣ ସେଠୀ ଚପଲ ଫୋପାଡ଼ିଛନ୍ତି ଏବଂ ମୋହନ ମାଝୀ ଡଷ୍ଟବିନ୍ ଫୋଫାଡିଛନ୍ତି । କେବଳ ପ୍ରଚାର ପ୍ରସାର ପାଇଁ ଏଭଳି କରିଛନ୍ତି । ତେବେ ଏହା ଏକ ଅଶୋଭନୀୟ ଓ ନିନ୍ଦନୀୟ ଘଟଣା । ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ