ETV Bharat / city

ନୂଆରୂପ ପାଇଲା ଶତାବ୍ଦୀର ପୂରୁଣା ହେରିଟେଜ ରେଳ ଇଞ୍ଜିନ

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ନିର୍ଦ୍ଦେଶ କ୍ରମେ ବିଏନଆର ହୋଟେଲ ପରିସରରେ ଥିବା ଲୋକମୋଟିଭ୍ ଐତିହ୍ୟ ରେଳ ଇଞ୍ଜିନ ନୂଆରୂପ ପାଇଛି । ଅଧିକ ପଢନ୍ତୁ...

ନୂଆରୂପ ପାଇଲା ଶତାବ୍ଦୀ ପୂରୁଣା ହେରିଟେଜ ରେଳ ଇଞ୍ଜିନ

author img

By

Published : Sep 1, 2021, 11:25 AM IST

ଭୁବନେଶ୍ବର: ବିଏନଆର ହୋଟେଲ ପରିସରରେ ଥିବା ଲୋକମୋଟିଭ ଐତିହ୍ୟ ରେଳ ଇଞ୍ଜିନ ନୂଆରୂପ ପାଇଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତଟ ରେଳପଥ ପକ୍ଷରୁ ଏହାର ମରାମତି କରାଯାଇଛି ।

ସମୁଦ୍ର ଅଞ୍ଚଳରେ ଲୁଣି ବାୟୁ ପ୍ରଭାବରେ ଏହାର ବିଭିନ୍ନ ଅଂଶ କଳଙ୍କି ଲାଗିବା ସହ ନଷ୍ଟ ମଧ୍ୟ ହୋଇଯାଇଥିଲା । ମନ୍ତ୍ରୀ ବୈଷ୍ଣବ ଗତ 19 ରେ ପୁରୀ ଗସ୍ତରେ ଆସିଥିବା ବେଳେ ରେଳଇଞ୍ଜିନ ସ୍ଥାନାନ୍ତର ଉଦ୍ୟମକୁ କେତେକ ଲୋକ ବିରୋଧ କରିଥିଲେ । ଏଥିସହ ଯଥାଶୀଘ୍ର ଏହାର ମରାମତି ଏବଂ ରକ୍ଷଣାବେକ୍ଷଣ ପାଇଁ ଦାବି କରିଥିଲେ । ଏହାକୁ ଭିତ୍ତିକରି ପୂର୍ବତଟ ରେଳପଥ ପକ୍ଷରୁ ରେଳ ଇଞ୍ଜିନ ମରାମତି ଏବଂ ରଙ୍ଗ କରାଯାଇଛି । ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (IRCTC) ବିଏନଆର ହୋଟେଲର ପରିଚାଳନା ଦାଇତ୍ଵକୁ ହାତକୁ ନେଇଛି ।

ଲୋକମୋଟିଭ୍ ଆବଶ୍ୟକୀୟ ଅଂଶ ମରାମତି ପାଇଁ ପୂର୍ବତଟ ରେଳ ପଦକ୍ଷେପ ନେଇଥିଲା । ବିଭିନ୍ନ ପ୍ଲେଟଗୁଡିକର ୱେଲଡିଂ କରାଯାଇ ପୁରୁଣା ଇଞ୍ଜିନକୁ ସୌନ୍ଦର୍ଯ୍ୟକରଣ କରାଯାଇଅଛି ।

ସୂଚନା ଅନୁଯାୟୀ, ଶତାବ୍ଦୀ ପୁରୁଣା ରେଳ ଲୋକୋମୋଟିଭ୍ ପାରଳାଖେମୁଣ୍ଡିର ମହାରାଜାଙ୍କ ଦ୍ୱାରା କ୍ରୟ କରାଯାଇଥିଲା । ଏହାକୁ ପାରଳାଖେମୁଣ୍ଡି ଲାଇଟ ରେଳବାଇ (PLR) ପରିଚାଳନା କରିଥିଲା । 'ପିଏଲ୍ କ୍ଲାସ୍' ଭାବରେ ଜଣାଶୁଣା ପାରାଲାଖେମୁଣ୍ଡି ଇଞ୍ଜିନ୍ 1904 ମସିହାରେ କେର, ଷ୍ଟୁଆର୍ଟ ଏବଂ କମ୍ପାନୀ ଅଫ୍ ଇଂଲଣ୍ଡ ଦ୍ୱାରା ନିର୍ମିତ ହୋଇଥିଲା । ଇଞ୍ଜିନର ଓଜନ 'PL-692' ହେଉଛି 20 ଟନ୍ । ଏହି ଲୋକୋମୋଟିଭ୍ ନୌପଡା-ଗୁଣୁପୁର ରେଳ ସେକ୍ସନରେ ନ୍ୟାରୋ ଗେଜରେ ଚଳାଚଳ କରୁଥିଲା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.