ETV Bharat / city

‘ରାଜ୍ୟରେ ସାତଦିନ ମଧ୍ୟରେ କମିବ କୋରୋନା ସଂକ୍ରମଣ ସଂଖ୍ୟା’

ରାଜ୍ୟରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ବର୍ତ୍ତମାନ ରାଜ୍ୟରେ କିପରି ରହିଛି କୋରୋନାର ସ୍ଥିତି ସେନେଇ ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ତପନ ଦାସ । ଦେଖନ୍ତୁ...

‘ରାଜ୍ୟରେ ସାତଦିନ ମଧ୍ୟରେ କମିବ କୋରୋନା ସଂକ୍ରମଣ ସଂଖ୍ୟା’
‘ରାଜ୍ୟରେ ସାତଦିନ ମଧ୍ୟରେ କମିବ କୋରୋନା ସଂକ୍ରମଣ ସଂଖ୍ୟା’
author img

By

Published : Aug 13, 2020, 2:12 PM IST

Updated : Aug 13, 2020, 4:27 PM IST

ଭୁବନେଶ୍ବର: ରାଜ୍ୟରେ 7 ଦିନ ମଧ୍ୟରେ କୋରୋନା ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଆସିବ ।ଏନେଇ ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ରାଜ୍ୟରେ ଟେଷ୍ଟିଂ ବଢୁଛି ସେହି ତୁଳନାରେ କୋଭିଡ ପଜେଟିଭ୍ ସଂଖ୍ୟା ହ୍ରାସ ପାଉଛି । ଏହା ଭଲ ସଂକେତ ବୋଲି କହିଛନ୍ତି ସ୍ଵାସ୍ଥ୍ୟ ସଚିବ ।

ଆଗାମୀ ଦିନରେ ଟେଷ୍ଟିଂ ବଢାଯାଇ 50 ହଜାରରୁ ଅଧିକ ଟେଷ୍ଟିଂ କରାଯିବ ବୋଲି ସେ କହିଛନ୍ତି । ଆଜି 40 ହଜାର ଟେଷ୍ଟିଂ କରାଯାଇଛି କିନ୍ତୁ 1981 ପଜେଟିଭ୍ ଆସିଛି । କିନ୍ତୁ ସେହି ତୁଳନାରେ ପଜେଟିଭ୍ କମ୍‌ ଆସୁଛି ।

‘ରାଜ୍ୟରେ ସାତଦିନ ମଧ୍ୟରେ କମିବ କୋରୋନା ସଂକ୍ରମଣ ସଂଖ୍ୟା’

ଏହାସହ ଆଗକୁ ପ୍ରତିଦିନ 40ରୁ 50ହଜାର ଟେଷ୍ଟିଂ କରାଗଲେ କୋରୋନା ପଜେଟିଭ୍ ସଂଖ୍ୟା କମିବ ବୋଲି ସେ କହିଛନ୍ତି । ଏଥିପାଇଁ ଆକ୍ସନ ପ୍ଲାନ ମଧ୍ୟ ପ୍ରସ୍ତୁତ କରାଯାଇଥିବା କହିଛନ୍ତି ସ୍ଵାସ୍ଥ୍ୟ ସଚିବ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେଉଁ ସବୁସ୍ଥାନରେ କୋରୋନା ସଂକ୍ରମଣ ବଢୁଛି ସେଠାରେ ଚିହ୍ନଟ କରାଯିବ ।

ଏହାସହ ରାଜ୍ୟରେ ଅଧିକ ସଂଖ୍ୟକ କୋରୋନା ଆକ୍ରାନ୍ତ ସୁସ୍ଥ ହେଉଛନ୍ତି । ଆଜି ମଧ୍ୟ 1700 ପାଖାପାଖି ସୁସ୍ଥ ହେବେ ବୋଲି ସେ ସୂଚନା ଦେଇଛନ୍ତି । ଯେଉଁମାନଙ୍କ ମଧ୍ୟରେ କୋରୋନା ଲକ୍ଷଣ ନଗନ୍ୟ ବା ଦେଖାଯାଉନାହିଁ ସେମାନଙ୍କ ମଧ୍ୟରୁ 50 ପ୍ରତିଶତ ରୋଗୀଙ୍କୁ ହୋମ ଆଇସୋଲେସନରେ ରଖାଯିବ । ସେହିପରି ରାଜ୍ୟର କୋଭିଡ ହସପିଟାଲରେ ବେଡ୍ ମଧ୍ୟ ମହଜୁଦ ଥିବା ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Aug 13, 2020, 4:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.