ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ସୁମିତ ସିକ୍ୟୁରିଟି ସଂସ୍ଥା ଉପରେ ଜିଏସଟି ରେଡ୍ । ESI,EPF ହଡପ ସହ ଜିଏସଟି ଫାଙ୍କିବା ଅଭିଯୋଗରେ ରେଡ୍ କରିଛି ଡାଇରେକ୍ଟରେଟ ଜେନେରାଲ ଜିଏସଟି ଇଣ୍ଟେଲିଜେନ୍ସ ।
ସୂଚନାଅନୁସାରେ, ସରକାରୀ ସଂସ୍ଥାର ଟେଣ୍ଡର ନେଇ ଆଉଟସୋର୍ସିଙ୍ଗ ଜରିଆରେ ପିଲାଙ୍କୁ ନିଯୁ୍କ୍ତି ଦେଉଥିଲା ସୁମିତ ସିକ୍ୟୁରିଟି ସଂସ୍ଥା । ସିକ୍ୟୁରିଟି ଗାର୍ଡଠୁ ଆରମ୍ଭ କରି ପିଅନ ଓ ଝାଡୁଦାର ଭଳି କାମରେ ପିଲାଙ୍କୁ ଚାକିରି ଦିଆଯାଉଥିଲା । ହେଲେ କର୍ମଚାରୀଙ୍କ ଠାରୁ ESI,EPF ହଡପ କରିବା ସହ ଜିଏସଟି ସଠିକ ଭାବେ ପୈଠ କରୁନଥିବା ନେଇ ଅଭିଯୋଗ ହୋଇଥିଲା ।
ଏହି ଆଧାରରେ ଜିଏସଟି ଇଣ୍ଟିଲିଜେନ୍ସ ଜୋନାଲ ୟୁନିଟ ରେଡ କରିଥିଲା । ରେଡ ସମୟରେ ସମସ୍ତ ଫାଇଲ ରିପୋର୍ଟ ଯାଞ୍ଚ କରାଯାଇଥିଲା । ମାଲକାନଗିରି, ବାରିପଦା, ବଲାଙ୍ଗୀର, କେଉଝର, କେନ୍ଦ୍ରାପଡା ଅଞ୍ଚଳରେ ପାଖାପାଖି ୧୨୦୦ କାର୍ଯ୍ୟରତ ଥିବା ନେଇ ସୂଚନା ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ସୁମିତ ସିକ୍ୟୁରିଟି ସଂସ୍ଥାର ମାଲିକ ପ୍ରଶନ କୁମାର ସାହୁଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଇଟିଭି ଭାରତ, ଭୁବନେଶ୍ବର