ETV Bharat / city

ରାହୁଲ ଗାନ୍ଧୀଙ୍କ ମୋ ପ୍ରତି ଇମ୍ପ୍ରେସନ ଅଛି: ତାରା

ରାହୁଲଙ୍କୁ ଗୋଟିଏ କଥା କହିଛି, ସେ ଯାହାକୁ କହିବେ ତାଙ୍କୁ ମୁଁ ସମର୍ଥନ କରିବି। ମୋ ପ୍ରତି ତାଙ୍କର ଭଲ ଇମ୍ପ୍ରେସନ ଅଛି। ମୁଁ ସଭାପତି ପଦ ପାଇଁ ମାଗିବିନି କି ଦେଲେ ଛାଡିବିନି। ଦିଲ୍ଲୀରୁ ଫେରିଲା ପରେ ଏହା କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଅଧିକ ପଢନ୍ତୁ

ତାରା
ତାରା
author img

By

Published : May 11, 2022, 10:49 PM IST

ଭୁବନେଶ୍ବର: ରାହୁଲଙ୍କୁ ଗୋଟିଏ କଥା କହିଛି, ସେ ଯାହାକୁ କହିବେ ତାଙ୍କୁ ମୁଁ ସମର୍ଥନ କରିବି । ମୋ ପ୍ରତି ତାଙ୍କର ଭଲ ଇମ୍ପ୍ରେସନ ଅଛି। ମୁଁ ସଭାପତି ପଦ ପାଇଁ ମାଗିବିନି କି ଦେଲେ ଛାଡିବିନି । ଦିଲ୍ଲୀରୁ ଫେରିଲା ପରେ ଏହା କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ସେହିପରି ଓଡିଶା ପ୍ରଦେଶ କଂଗ୍ରେସ କମିଟିର ନବକଳବର ନେଇ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ଖୁବ ଶୀଘ୍ର ହେବ ପିସିସି ସଭାପତି ପରିବର୍ତ୍ତନ। ତୃଣମୂଳ ସ୍ତରରୁ ପରିବର୍ତ୍ତନ ହେବ। ମୋହର କାହା ନାମ ରେ ବାଜୁଛି ତାହା ଖୁବ ଶୀଘ୍ର ହାଇ କମାଣ୍ଡ ଜଣାଇବେ। ନିର୍ବାଚନ ଥାଉ ଅବା ନ ଥାଉ କିନ୍ତୁ ଖୁବ୍ ଶୀଘ୍ର ଦଳ ର ନବକଳେବର ହେବ । ୱାନ ଟୁ ୱାନ ଆଲୋଚନା ହୋଇଛି ହାଇ କମାଣ୍ଡ ଙ୍କ ସହ । କିଏ କଣ ମତ ରଖିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।କିଏ ହେବ ମଧ୍ୟ ତାହା ଆମେ ଜାଣିନୁ । ସିଏ ଯିଏବି ହୁଅନ୍ତୁ ,ସ୍ଵାଗତ କରିବୁ ଓ ମିଶିକି କାମ କରିବୁ। ଦିଲ୍ଲୀରେ କଂଗ୍ରେସ ଦଳକୁ ସୁଦୃଢ କରିବା ପାଇଁ ମାନସମନ୍ଥନ ହୋଇଛି।

ରାହୁଲ ଗାନ୍ଧୀ ସମସ୍ତଙ୍କୁ ବ୍ୟକ୍ତିଗତ ଭାବରେ ଭେଟି ଆଲୋଚନା କରିଛନ୍ତି। ସମସ୍ତଙ୍କର କଥା ଶୁଣିଛନ୍ତି । ପିସିସି ସଭାପତିକୁ ନେଇ ଯେଉଁ ତାଲିକା ବୁଲୁଛି ତାର କିଛି ମୁଲ୍ୟ ନାହିଁ। କିଛି ଲୋକ ନିଜର ପ୍ରଚାର କରି ଖୁସି ହେଉଛନ୍ତି। ଦିଲ୍ଲୀରେ ସେ ତାଲିକାକୁ ନେଇ କୌଣସି ନିଷ୍ପତ୍ତି ନାହିଁ। ଦଳ ଏପରି ଜଣକୁ କମାଣ୍ଡ ଦେବା ଆବଶ୍ୟକ ଯିଏ କି 2024 ନିର୍ବାଚନ ବିଜେଡି ଓ ବିଜେପି ସହ ଲଢେଇ କରି ପାରୁଥିବ। ସମସ୍ତଙ୍କୁ ନେଇ କାମ କରିବାର ଦକ୍ଷତା ରଖିଥିବେ। ତାହାଲେ ଦଳ ଆଗକୁ ଯିବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.