ETV Bharat / city

MO SCHOOL: 34 ହଜାର ସ୍କୁଲ ପାଇଁ ୧୦୫ କୋଟି ପ୍ରକଳ୍ପକୁ ଅନୁମୋଦନ - ମୋ ସ୍କୁଲ ଅଭିଯାନ ବୈଠକ

'ମୋ ସ୍କୁଲ' ଅଭିଯାନରେ ୨୩ଟି ଜିଲ୍ଲାର 34 ହଜାର ବିଦ୍ୟାଳୟ ପାଇଁ ୧୦୫ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ । ଅଧିକ ପଢନ୍ତୁ...

MO SCHOOL: 34 ହଜାର ସ୍କୁଲ ପାଇଁ ୧୦୫ କୋଟି ପ୍ରକଳ୍ପକୁ ଅନୁମୋଦନ

author img

By

Published : Jun 18, 2021, 10:48 AM IST

ଭୁବନେଶ୍ବର: 'ମୋ ସ୍କୁଲ' ଅଭିଯାନର ୭ମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଏଥିରେ ଅଧ୍ୟକ୍ଷତା କରିଛନ୍ତି । କୋରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶାର ୨୩ଟି ଜିଲ୍ଲାର 34 ହଜାର ବିଦ୍ୟାଳୟ ପାଇଁ ୧୦୫ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ବର୍ତ୍ତମାନ ସୁଦ୍ଧା ମୋଟ 5 ଲକ୍ଷ 24 ହଜାର ପୁରାତନ ଛାତ୍ରଛାତ୍ରୀ ମୋ ସ୍କୁଲ ଅଭିଯାନ ସହ ଯୋଡି ହୋଇଛନ୍ତି ।

କେବଳ ଗତ ୧ ମାସ ମଧ୍ୟରେ ୧୭ ହଜାରରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ଏହି ଅଭିଯାନରେ ଯୋଡି ହୋଇଛନ୍ତି । ଏହି ପୁରାତନ ଛାତ୍ରଛାତ୍ରୀମାନେ 5 କୋଟି 20 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଅନ୍ୟପକ୍ଷରେ ବିଭିନ୍ନ CSR ପାଣ୍ଠିରୁ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ ଅଭିଯାନକୁ ମଧ୍ୟ ୩୦ କୋଟି ଟଙ୍କାର ଅନୁଦାନ ମିଳିଛି । ବାଲେଶ୍ଵର ଜିଲ୍ଲାରେ ଲଗାତାର ୬ଷ୍ଠ ଥର ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ସର୍ବାଧିକ ଅଧିକ ଅନୁଦାନ ପ୍ରଦାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୨୪ ହଜାର ପୁରାତନ ଛାତ୍ରଛାତ୍ରୀ 'ମୋ ସ୍କୁଲ' ଅଭିଯାନରେ ସାମିଲ ହୋଇଥିବା ବେଳେ ରାଜ୍ୟରେ ସମସ୍ତ ଜିଲ୍ଲାର ୩୪ ହଜାରରୁ ଉର୍ଦ୍ଧ୍ବ ସ୍କୁଲ 'ମୋ ସ୍କୁଲ' ଅଭିଯାନରେ ସାମିଲ ହୋଇଛି ।

ଗତ ମେ ମାସରେ ୮୪୪ ପୋଷ୍ୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିଜ ନିଜ ସ୍କୁଲର ପୁରାତନ ଛାତ୍ରଛାତ୍ରୀ, ସ୍କୁଲ୍ ପରିଚାଳନା କମିଟି ସଦସ୍ୟ, ଅଭିଭାବକ ଏବଂ ଶିକ୍ଷା ବିଭାଗର ଅଧିକାରୀମାନଙ୍କୁ ନେଇ ବୈଠକ ଆୟୋଜନ କରିଛନ୍ତି । ଏହି ବୈଠକରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ୧୪ ହଜାରରୁ ଉର୍ଦ୍ଧ୍ବ ପୁରାତନ ଛାତ୍ରଛାତ୍ରୀ ଏବଂ ଅନ୍ୟମାନେ ଅଂଶଗ୍ରହଣ କରି ନିଜର ସର୍ବାଙ୍ଗୀନ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ।

ସମସ୍ତ ସ୍କୁଲ ଏହି ଅଭିଯାନ ଅନ୍ତର୍ଗତ ୫ଟି ହାଇସ୍କୁଲ୍ ଟ୍ରାନ୍ସଫରନସିକ କାର୍ଯ୍ୟକ୍ରମରେ ଡିଜିଟାଲ ଶିକ୍ଷା ବ୍ୟବସ୍ତାକୁ ଗୁରୁତ୍ୱ ଦିଆଯାଇଛି । ସ୍ମାର୍ଟ କ୍ଲାସରୁମ ସହ ଡିଜିଟାଲ କଲେ ପ୍ରଯୁକ୍ତିବିଦ୍ୟାରେ ଦକ୍ଷ ହେବା ପାଇଁ ଶିକ୍ଷକଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ବ୍ୟବସ୍ଥା, ବିଜ୍ଞାନ ଓ ଗଣିତ ଶିକ୍ଷକଙ୍କ ପାଇଁ ଭର୍ଚୁଆଲ ଟ୍ରେନିଂ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ସେହିଭଳି ୫ଟି ହାଇସ୍କୁଲ ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ମନୋନୀତ ହୋଇଥିବା ସମସ୍ତ 1 ହଜାର ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ କୋର୍ଡିଂ ଶିଖିବାକୁ କୋଡ଼ିଂ କ୍ଲବ୍"ର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.