ETV Bharat / city

ଯୁକ୍ତ ଦୁଇ ଇଂରାଜୀ ପରୀକ୍ଷାରେ 26 ଜଣ ପରୀକ୍ଷାର୍ଥୀ ଏମପି

ବିଜ୍ଞାନ କଳା ଓ ବାଣିଜ୍ୟରେ ବିଭାଗରେ ପରୀକ୍ଷା ସରିଥିବା ବେଳେ ଶନିବାର କଳା ଓ ବାଣିଜ୍ୟ ବିଭାଗର ଇଂରାଜୀ ଭାଷାରେ 26 ଜଣ ପିଲା ଏମପି ହୋଇଛନ୍ତି । ଅଧିକ ପଢନ୍ତୁ...

plus-two-exam-26-booked-in-malpractice
ଯୁକ୍ତ ଦୁଇ ଇଂରାଜୀ ପରୀକ୍ଷାରେ 26 ଜଣ ପରୀକ୍ଷାର୍ଥୀ ଏମପି
author img

By

Published : Mar 7, 2020, 11:31 PM IST

ଭୁବନେଶ୍ବର: ଚଳିତ ବର୍ଷ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପରୀକ୍ଷା । ବିଜ୍ଞାନ କଳା ଓ ବାଣିଜ୍ୟ ବିଭାଗରେ ପରୀକ୍ଷା ସରିଥିବା ବେଳେ ଶନିବାର କଳା ଓ ବାଣିଜ୍ୟ ବିଭାଗର ଇଂରାଜୀ ଭାଷାରେ 26 ଜଣ ପିଲା ଏମପି ହୋଇଛନ୍ତି ।

ସାରା ଓଡ଼ିଶାରେ 1143 ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେଉଥିବାବେଳେ ସମସ୍ତ କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଛି । ହେଲେ ସିସିଟିଭିକୁ ଖାତିର ନକରି କପି କରି ପରୀକ୍ଷାର୍ଥୀ ଧରାପଡିଛନ୍ତି । ଏମାନଙ୍କ ମଧ୍ୟରୁ 26 ଜଣ ପରୀକ୍ଷାର୍ଥୀ ଶନିବାର କଳା ଓ ବାଣିଜ୍ୟରେ କପି କରି ଧରାପଡିଛନ୍ତି ।

ଆଗାମୀ ଦିନ ମାନଙ୍କରେ କପି ରୋକିବାକୁ କଡାକଡି ଭାବରେ ପଦକ୍ଷେପ ନିଆଯିବ । ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ଭଲ ଭାବରେ ଚେକିଂ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ଯୁକ୍ତ ଦୁଇର ପ୍ରଥମ ଦିନରେ ବିଜ୍ଞାନ ବିଭାଗର ମାତୃଭାଷାରେ 11 ଜଣ ପରୀକ୍ଷାର୍ଥୀଙ୍କୁ ଏମପି କରାଯାଇଥିବା ବେଳେ ଦ୍ବିତୀୟ ଦିନରେ କଳା ଓ ବାଣିଜ୍ୟ ବିଭାଗର ମାତୃଭାଷାରେ 41 ଜଣ ପରୀକ୍ଷାର୍ଥୀଙ୍କୁ ଏମପି କରାଯାଇଛି । ସେହିଭଳି ଭାବରେ ବିଜ୍ଞାନର ଇଂରାଜୀ ଭାଷା ପରୀକ୍ଷାରେ ଶନିବାର 19 ଜଣ ଏମପି ହୋଇଥିବା ବେଳେ କଳା ଓ ବାଣିଜ୍ୟରେ 26 ଜଣ ଏମପି ହୋଇଛନ୍ତି । ସମୁଦାୟ ଭାବରେ 97 ଜଣ ପରୀକ୍ଷାର୍ଥୀ ଏମପି ହୋଇଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.