ETV Bharat / city

ଅନ୍ୟମାନଙ୍କ ପାଇଁ ପ୍ରେରଣା, 10 ଥର ରକ୍ତଦାନ କଲେଣି ଦିବ୍ୟାଙ୍ଗ ଅମରେଶ

ଯେଉଁଠି ରକ୍ତଦାନ ଶିବିରର ଖବର ଅମରେଶ ପାଆନ୍ତି, ନିଜ ଉଦ୍ୟମରେ ସେଠାକୁ ଯାଇ ରକ୍ତଦାନ କରନ୍ତି । ୧୦ରୁ ଅଧିକ ଥର ସେ ସ୍ୱେଚ୍ଛାକୃତ ରକ୍ତଦାନ କଲେଣି । ଅଧିକ ପଢନ୍ତୁ..

ଅକ୍ଷମ ହୋଇ ବି ସକ୍ଷମ , 10 ଥର ରକ୍ତଦାନ କଲେଣି ଦିବ୍ୟାଙ୍ଗ  ଅମରେଶ

author img

By

Published : Feb 27, 2021, 10:42 PM IST

ଭୁବନେଶ୍ବର: ରକ୍ତଦାନ ଏକ ମହତ ଦାନ । ଏହି ଉକ୍ତିକୁ ଯଥାର୍ଥ କରିଛନ୍ତି ଜଣେ ଭିନ୍ନକ୍ଷମ । ସେ ଭିନ୍ନକ୍ଷମ ହେଲେ ବି ଜଣେ ସକ୍ଷମ ବ୍ୟକ୍ତି ପରି କରୁଛନ୍ତି ରକ୍ତଦାନ ପରି ମହତ କାମ । ଆମେ କହୁଛୁ ଗ୍ଲୋବାଲ ଆଇଟି ଚାଲେଞ୍ଜରେ ସ୍ବର୍ଣ୍ଣପଦକ ଜିତିଥିବା ୨୨ ବର୍ଷର ଦିବ୍ୟାଙ୍ଗ ଯୁବକ ଅମରେଶ ପ୍ରସାଦ ଗୌଡ଼ଙ୍କ କଥା ।

ଶନିବାର ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ ପକ୍ଷରୁ ଲକ୍ଷ୍ମୀସାଗର ଚିନ୍ତାମଣିଶ୍ୱରରେ ଯୁବ ଉତ୍କଳ ଫାଉଣ୍ଡେସନ୍ ସହଯୋଗରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ରକ୍ତଦାନ ଶିବିରକୁ ବିଜୁ ଜନତା ଦଳ ସମ୍ପାଦକ ଅମରେଶ ଜେନା ଓ ଯୁଗ୍ମ ସମ୍ପାଦକ (ଓଡ଼ିଶା-ମୋ ପରିବାର) ସମୀର ପ୍ରଧାନ, ରୁଦ୍ରନାରାୟଣ ସାମନ୍ତରାୟ ପରିଦର୍ଶନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

ଶିବିରର ସ୍ୱତନ୍ତ୍ରତା ହେଲା ଏଠାକୁ ଗ୍ଲୋବାଲ ଆଇଟି ଚାଲେଞ୍ଜରେ ସ୍ବର୍ଣ୍ଣପଦକ ଜିତିଥିବା ୨୨ ବର୍ଷର ଦିବ୍ୟାଙ୍ଗ ଯୁବକ ଅମରେଶ ପ୍ରସାଦ ଗୌଡ଼ ରକ୍ତଦାନ କରିଥିଲେ । କ୍ୟାନ୍ସରରେ ଦୁଇଟି ଗୋଡ଼ ହରାଇଥିବା ଅମରେଶ ନିଜ ଉଦ୍ୟମରେ ସମାଜ ପାଇଁ ଲମ୍ବା ରାସ୍ତା ଚାଲିବାର ଦୃଢ଼ ଇଚ୍ଛାଶକ୍ତି ରଖିଛନ୍ତି ବୋଲି ପ୍ରମାଣିତ କରିଛନ୍ତି ।

ସବୁଠାରୁ ବଡ଼କଥା ହେଲା, ଯେଉଁଠି ରକ୍ତଦାନ ଶିବିର ଖବର ଅମରେଶ ପାଆନ୍ତି, ନିଜ ଉଦ୍ୟମରେ ସେଠାକୁ ଯାଇ ରକ୍ତଦାନ କରନ୍ତି । ୧୦ରୁ ଅଧିକ ଥର ସେ ସ୍ୱେଚ୍ଛାକୃତ ରକ୍ତଦାନ କଲେଣି । ରକ୍ତ ଦେଇ ଚାରି ଚାରିଟା ଜୀବନ ବଞ୍ଚେଇପାରୁଥିବାରୁ ମୁଁ ବହୁତ ଖୁସି ବୋଲି ଅମରେଶ କହିଛନ୍ତି । ସମସ୍ତେ ରକ୍ତଦାନ ପାଇଁ ଆଗେଇ ଆସିବାକୁ ଅମରେଶ ଅନୁରୋଧ କରିଛନ୍ତି । ରକ୍ତଦାନ ଶିବିର ଭଳି ମହତ୍ କାର୍ଯ୍ୟକୁ ଓଡ଼ିଶା - ମୋ ପରିବାର ନିରବଚ୍ଛିନ୍ନ ଭାବରେ କରିଆସୁଥିବାରୁ ସେ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.