ETV Bharat / city

ବିଦ୍ୟୁତ ଦର ବୃଦ୍ଧିକୁ ନେଇ ବିଧାନସଭାରେ ହଙ୍ଗାମା, ଅପରାହ୍ନ 3ଟା ଯାଏଁ ଗୃହ ମୁଲତବୀ

ବିଧାନସଭାରେ ବିଦ୍ୟୁତ ଦର ବୃଦ୍ଧିକୁ ନେଇ ମନ୍ତ୍ରୀଙ୍କ ଉତ୍ତରରେ ବର୍ଷିଛନ୍ତି ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି । ଏନେଇ ବିଜେପି ନେତା ମୋହନ ମାଝୀ କହିଛନ୍ତି ଯେ ସରକାରଙ୍କୁ ବଞ୍ଚେଇବାକୁ ଶକ୍ତିମନ୍ତ୍ରୀ ଉତ୍ତର ରଖିଛନ୍ତି। ବର୍ତ୍ତମାନ ଗୃହ ଅପରାହ୍ନ 3ଟା ଯାଏଁ ମୁଲତବୀ ରହିଛି।

ବିଜୁଳି ବିଲକୁ ନେଇ ବିଧାନସଭାରେ ହଙ୍ଗାମା
ବିଜୁଳି ବିଲକୁ ନେଇ ବିଧାନସଭାରେ ହଙ୍ଗାମା
author img

By

Published : Oct 1, 2020, 2:09 PM IST

ଭୁବନେଶ୍ବର: ବିଧାନସଭାରେ ବିଦ୍ୟୁତ ଦର ବୃଦ୍ଧିକୁ ନେଇ ମନ୍ତ୍ରୀଙ୍କ ଉତ୍ତରରେ ବର୍ଷିଛନ୍ତି ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି । ଏନେଇ ବିଜେପି ନେତା ମୋହନ ମାଝୀ କହିଛନ୍ତି ଯେ ସରକାରଙ୍କୁ ବଞ୍ଚେଇବାକୁ ଶକ୍ତିମନ୍ତ୍ରୀ ଉତ୍ତର ରଖିଛନ୍ତି। ମୁଷ୍ଟିମେୟ ଓ ବଡ କମ୍ପାନୀକୁ ଖସେଇବାକୁ ବାଟ ଖୋଲିଛନ୍ତି। ଏହାସହ ଶକ୍ତିମନ୍ତ୍ରୀଙ୍କ ଉତ୍ତର ପରେ ବିଜେପି ଅସନ୍ତୋଷ ପ୍ରକାଶ କରିବା ସହ ଗୃହତ୍ୟାଗ କରିଛନ୍ତି। ବର୍ତ୍ତମାନ ଗୃହ ଅପରାହ୍ନ 3ଟା ଯାଏଁ ମୁଲତବୀ ରହିଛି।

ସେ ଏହା ମଧ୍ୟ କହିଛନ୍ତି ଯେ କୋରୋନା ମହାମାରୀ ସମୟରେ ଲୋକେ ଜୀବନ ଜୀବିକା ହରାଉଛନ୍ତି। ଏଭଳି ସ୍ଥିତିରେ ବିଜୁଳି ଦର ବୃଦ୍ଧି ଲୋକଙ୍କ ମେରୁଦଣ୍ଡ ଭାଙ୍ଗିଛି। ଚାରୋଟି ବିଦ୍ୟୁତ ବଣ୍ଟନକାରୀ କମ୍ପାନୀ ଉପରେ 5 ହଜାର 9 ସହ 63 କୋଟି 21 ଲକ୍ଷ ବାକି ପଡିଛି। 26 ଟି ଶିଳ୍ପସଂସ୍ଥାରେ ପ୍ରାୟ 3 ହଜାର କୋଟି ବକେୟା ରହିଛି। 3032ଟି କମ୍ପାନୀ ଉପରେ 515 କୋଟି ଟଙ୍କାର ଜଳ କର ରହିଛି। ସେଗୁଡାକ ସରକାର ଏଯାଏଁ ଆଦାୟ କରିପାରୁନାହାନ୍ତି।

କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ବିଦ୍ୟୁତ ବଣ୍ଟନକାରି କମ୍ପାନୀ ଜରିଆରେ କେନ୍ଦ୍ର 86 କୋଟି ଟଙ୍କାର ରିହାତି ଦେଇଛନ୍ତି। ବାହାର ରାଜ୍ୟକୁ ରାଜ୍ୟ ସରକାର ୟୁନିଟ ପିଛା 3 ଟଙ୍କା 21 ପଇସାରେ ବିଦ୍ୟୁତ ବିକ୍ରି କରୁଛନ୍ତି। ଅପରପକ୍ଷେ ବାହାର ରାଜ୍ୟରୁ ୟୁନିଟ ପିଛା 3 ଟଙ୍କା 81 ପଇସାରେ କିଣୁଛନ୍ତି। ବିଦ୍ୟୁତ ବିଲ ବଢାଇବା ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ।

ସେପଟେ ବିଜୁଳି ଦର ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ତିନୋଟି ରାଜ୍ୟର ଉଦାହରଣ ଦେଇ ସାମଗ୍ରିକ ଭାବେ 4 ପ୍ରତିଶତ ବଢିଥିବା ବେଳେ ପଡୋଶୀ ଛତିଶଗଡର ଉଦାହରଣ କିନ୍ତୁ ଦେଇ ନାହାଁନ୍ତି । ଯେଉଁଠି ୟୁନିଟ ପିଛା ଦର ଓଡିଶାଠୁ କମ ରହିଛି।

ବଡ ବଡ କମ୍ପାନୀ ମାନଙ୍କୁ କୋଟି କୋଟି ଟଙ୍କା ଛାଡ୍ କରିଛନ୍ତି ଏବଂ ସାଧାରଣ ଲୋକଙ୍କ ଉପରେ ବୋଝ ଲଦିଛନ୍ତି ସରକାର ବୋଲି ସେ କହିଛନ୍ତି। ରିଲାଏନ୍ସ ଓ ଇମ୍ଫା ଭଳି ବଡ ବଡ କମ୍ପାନୀ ମାନଙ୍କୁ ବିଦ୍ୟୁତ ବକେୟା ଛାଡ୍ କରିବାରେ କି ରହସ୍ୟ ଅଛି ବୋଲି ପ୍ରଶ୍ନ କରିଛନ୍ତି ସନ୍ତୋଷ ସିଂ ସାଲୁଜା। ଇମ୍ଫାକୁ 2300 କୋଟି ଟଙ୍କା କାହିଁକି ଛାଡ୍ କରାଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି ସାଲୁଜା।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.