ETV Bharat / city

ରାଜଧାନୀରେ ଆତଙ୍କରାଜ, ତେଲ ପକାଇବାକୁ ନେଇ KGF ଷ୍ଟାଇଲରେ ଗୁଳିକାଣ୍ଡ - ତେଲ ପକାଇବାକୁ ନେଇ ଗୁଳିକାଣ୍ଡ

ପୁଣି ରାଜଧାନୀରେ ଆତଙ୍କରାଜ । ପେଟ୍ରୋଲ ପମ୍ପରେ ତେଲ ପକାଇବାକୁ ନେଇ ବଚସା ପରେ ଫୁଟୁଲା ଗୁଳି । ଲକ୍ଷ୍ମୀସାଗର ଥାନା ଝାରପଡା ଓଭରବ୍ରିଜ କଡରେ ଥିବା ପେଟ୍ରୋଲ ପମ୍ପରେ ଘଟିଛି ଏଭଳି ଘଟଣା । ଅଧିକ ପଢନ୍ତୁ

ରାଜଧାନୀରେ ଆତଙ୍କରାଜ, ତେଲ ପକାଇବାକୁ ନେଇ KGF ଷ୍ଟାଇଲରେ ଗୁଳିକାଣ୍ଡ

author img

By

Published : Mar 28, 2022, 8:13 AM IST

ଭୁବନେଶ୍ବର: ନିର୍ବାଚନ ଶେଷ ହେବା ପରେ ପୁଣି ଅଶାନ୍ତ ରାଜଧାନୀ । ଗାଡିରେ ତେଲ ପକାଇବାକୁ କେନ୍ଦ୍ରକରି ରବିବାର ବିଳମ୍ବିତ ରାତିରେ ଝାରପଡା ଓଭରବ୍ରିଜ କଡରେ ଥିବା ପେଟ୍ରୋଲ ପମ୍ପରେ ଫୁଟିଛି ଗୁଳି । ପେଟ୍ରୋଲ ପମ୍ପ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ବିଶ୍ବଜିତ ବେହେରା ନାମକ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି ।

ସୂଚନାଅନୁସାରେ, ଝାରପଡା ଓଭରବ୍ରିଜ କଡରେ ଥିବା ପେଟ୍ରୋଲ ପମ୍ପକୁ କିଛି ଯୁବକ ଇନୋଭା କାରରେ ଆସି ପ୍ରଥମେ ତେଲ ପକାଇବାକୁ ଜିଦ ଧରିଥିଲେ‌। ତେବେ ସୋମବାର ଭାରତ ବନ୍ଦ ଯୋଗୁଁ ପେଟ୍ରୋଲ ପମ୍ପ ବନ୍ଦ ହେବାକୁ ଥିବାରୁ ଲୋକଙ୍କ ଗହଳି ଯୋଗୁଁ ପେଟ୍ରୋଲପମ୍ପ କର୍ମଚାରୀ ମନାକରିଥିଲେ । ଯାହାକୁ ନେଇ ଯୁକ୍ତିତର୍କ ପରେ ଶେଷରେ ଇନୋଭାରେ ଥିବା ଯୁବକ କିଛି ଯୁବକଙ୍କୁ ଡାକିଥିଲେ। ଦୁଇଟି ବାଇକରେ କିଛି ଯୁବକ ଆସି ହଙ୍ଗାମା କରିଥିଲେ ।

ଅପ୍ରୀତିକର ପରିସ୍ଥିତି ଉପୁଜିବୀରୁ ପେଟ୍ରେଲ ପମ୍ପ କର୍ମଚାରୀ ଜଣକ ସେମାନଙ୍କ ଗାଡିରେ ତେଲ ପକାଇ ଦେଇଥିଲେ । ଏହା ପରେ ମଧ୍ୟ ଯୁବକମାନେ ଶାନ୍ତ ପଡିନଥିଲେ । ଏହି ସମୟରେ ଜଣେ ଯୁବକ ବନ୍ଧୁକ ବାହାରକରି ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଟାର୍ଗେଟ କରି ଗୁଳି ଫୁଟାଇଥିଲେ । କିନ୍ତୁ ଲକ୍ଷ୍ୟଚ୍ୟୁତ ହୋଇ ଗୁଳିଟି ତେଲ ପକାଇବାକୁ ଆସିଥିବା ନୟାପଲ୍ଲୀର ବିଶ୍ବଜିତ ନାମକ ଯୁବକର ବାମ ଗୋଡରେ ବାଜିଥିଲା । ଏହାପରେ ଘଟଣାସ୍ଥଳରୁ ଦୁର୍ବୃର୍ତ୍ତମାନେ ଫେରାର ହୋଇଯାଇଥିଲେ । ଖବରପାଇ ଲକ୍ଷ୍ମୀସାଗର ଓ ବଡଗଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.