ETV Bharat / city

ପ୍ରାଥମିକ ଶିକ୍ଷା: ସପ୍ତମରେ ଓଡିଶା, କେରଳ ପ୍ରଥମ

ପ୍ରକାଶ ପାଇଛି ବିଦ୍ୟାଳୟ ଶିକ୍ଷା ଗୁଣବତ୍ତା ସୂଚକାଙ୍କ । ତାଲିକାରେ କେରଳ ପ୍ରଥମ ଓଡିଶା ସପ୍ତମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 1, 2019, 12:03 AM IST

ଭୁବନେଶ୍ବର: ଦେଶରେ ପ୍ରାଥମିକ ଶିକ୍ଷାର ସ୍ଥିତି ଏବଂ ମାନକୁ ନେଇ ନୀତି ଆୟୋଗ ପକ୍ଷରୁ ପ୍ରଥମ ଥର ଲାଗି ନୀତି ଆୟୋଗଙ୍କ ପକ୍ଷରୁ ପ୍ରକାଶ ପାଇଛି ବିଦ୍ୟାଳୟ ଶିକ୍ଷା ଗୁଣବତ୍ତା ସୂଚକାଙ୍କ । ବର୍ଷ ୨୦୧୫-୧୬କୁ ଆଧାର ବର୍ଷ ଓ 2016-17 ବର୍ଷକୁ ତୁଳନାତ୍ମକ ବର୍ଷ ଭାବେ ଆଧାର କରି ନୀତି ଆୟୋଗ ପ୍ରାୟ ୩୦ଟି କ୍ଷେତ୍ରରେ ପ୍ରାଥମିକ ଶିକ୍ଷାର ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଦେଶର ୨୦ଟି ବଡ ରାଜ୍ୟ ଏବଂ ୮ ଟି ଛୋଟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନେଇ ଦୁଇଟି ବର୍ଗରେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି ନୀତି ଆୟୋଗ ।

PHOTO
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତାଲିକାରେ କେରଳ ପ୍ରଥମ ସ୍ଥାନ ଅଧିକାର କରିଛି । ତେବେ ଏହି ତାଲିକାରେ ଓଡିଶା ଯଦିଓ ଉପରକୁ ଉଠିଛି କିନ୍ତୁ ସାମଗ୍ରିକ ଭାବେ ସାରା ଦେଶରେ ସପ୍ତମ ସ୍ଥାନରେ ଅଛି । ରାଜ୍ୟରେ ପ୍ରାଥମିକ ଶିକ୍ଷାକ୍ଷେତ୍ରରେ ଭିତ୍ତିଭୂମି ପ୍ରଯୁକ୍ତି ବିଦ୍ୟା ସହାୟତାରେ ଶିକ୍ଷାଦାନ କରିବାରେ ନୈରାଶ ଜନକ ପ୍ରଦର୍ଶନ କରିଛି ।

2015-2016 ତୁଳନାରେ 2016-2017ରେ ରାଜ୍ୟର ପ୍ରଦର୍ଶନ ୨୭ ପ୍ରତିଶତରୁ ୨୫.୮ ପ୍ରତିଶତକୁ ଖସି ଆସିଛି । ସେହିଭଳି ଧନ୍ଦାମୂଳକ ଶିକ୍ଷା କ୍ଷେତ୍ରରେବି ଓଡିଶାର ସ୍ଥାନ ଅତି ଆଶା ଜନକ ହୋଇନାହିଁ । ଏ କ୍ଷେତ୍ରରେ ରାଜ୍ୟକୁ କୌଣସି ନମ୍ବର ମିଳିନାହିଁ, ଅର୍ଥାତ କୌଣସି ଗୋଟିଏବି ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା ପ୍ରଚଳନ ହେଉନଥିବା ରିପୋର୍ଟରେ କୁହାଯାଇଛି । ରାଜ୍ୟରେ ମାତ୍ର 7 ପ୍ରତିଶତ ପିଲାଙ୍କୁ କମ୍ପ୍ୟୁଟର ସହାୟତାରେ ପାଠପଢା ଯାଉଛି । ରିପୋର୍ଟ ଅନୁସାରେ ସାହିତ୍ୟ, ବିଜ୍ଞାନ, ଗଣିତଓ ଇଁଗ୍ରାଜୀ ଭଳି ବିଷୟରେ ମୋଟ ଉପରେ ମାତ୍ର 4ପ୍ରତିଶତ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତ ହୋଇଛନ୍ତି । ଅନ୍ୟପଟେ ରାଜ୍ୟର ମୋଟ ସ୍କୁଲ ଉପରୁ ମାତ୍ର 50 ପ୍ରତିଶତ ସ୍କୁଲରେ ପ୍ରଧାନ ଶିକ୍ଷକ ଅଛନ୍ତି ।

ଏହି ରିପୋର୍ଟ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ଏକ ସମୀକ୍ଷା ବୈଠକ କରିଛନ୍ତି । ରାଜ୍ୟ ଗତବର୍ଷ ତୁଳନାରେ ଉନ୍ନତି କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଏହାସହ ଦେଶରେ କିଭଳି 3ୟ ସ୍ଥାନରେ ରହିବ ସେନେଇ ଉଦ୍ୟମ କରିବାକୁ ବିଭାଗକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:Body:

hgfh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.